ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କରାଜ ଚଳାଇଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରିବା ପାଇଁ ସୈନ୍ୟବଳ ଲଗାଇଛି । ରୁଷର ଟାର୍ଗେଟରେ ନ୍ୟୁକ୍ଲିୟର ପ୍ଲାଣ୍ଟ । ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟକୁ ନିଜ ଅକ୍ତିଆରରେ ରଖିଛି ରୁଷ ସେନା । ସେଠାରୁ ରିମୋଟ୍ ଡାଟା ଟ୍ରାନ୍ସମିସନ ପାଇଁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ଉପକରଣକୁ କାଢ଼ି ନେଇଥିବା ଖବର ସାମନାକୁ ଆସିଛି । ଏନେଇ ଚିନ୍ତାପ୍ରକଟ କରିଛି ଇଣ୍ଟରନ୍ୟାସନାଲ୍ ଆଟୋମିକ୍ ଏନର୍ଜୀ ଏଜେନ୍ସୀ (IAEA) ।
ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟରେ ଲାଗିଥିବା ରିମୋଟ୍ ଡାଟା ଟ୍ରାନ୍ସମିସନ୍ ମନଟରିଂ ସିଷ୍ଟମ୍ ସହ ଯୋଗାଯୋଗ ହୋଇ ପାରୁନି । ଏହାଦ୍ୱାରା ପରମାଣୁ ରିଆକ୍ଟର ଡାଟା ଜାତିସଂଘ ଆଇଏଇଏକୁ ମିଳି ପାରୁନାହିଁ । ରୁଷର ଏଭଲି କାମ ଫଳରେ ଚେର୍ଣ୍ଣୋବିଲ୍ ନ୍ୟୁକ୍ଲିୟର ପ୍ଲାଣ୍ଟର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।
ରୁଷ୍ ନେଇଯାଇଥିବା ଉପକରଣ ଜରିଆରେ ରେଡିଓଆକ୍ଟିଭ୍ ଓ୍ୱେଷ୍ଟରୁ ପରମାଣୁ ପଦାର୍ଥର ନିରୀକ୍ଷଣ କରାଯାଉଥିଲା । ଏଣିକି ସେଠାରୁ ମାରାତ୍ମକ ବିକିରଣ ନେଇ ଯାଞ୍ଚ କରିବା କଷ୍ଚସାଧ୍ୟ ହୋଇଛି । ଏହି ଖବର ସାମନାକୁ ଆସିବା ପରେ ସାରା ବିଶ୍ୱକୁ ଖାରିଛି ୟୁକ୍ରେନରେ ପରମାଣୁ ଦୁର୍ଘଟଣା ଭୟ ।
Comments are closed.