Latest Odisha News

ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ରୋଗୀଣା ସ୍ତ୍ରୀକୁ ପୁରୀରୁ ଆଣିଲେ କଟକ

କଟକ: ପୁରୀ ଜିଲ୍ଲା ସାକ୍ଷୀଗୋପଳରୁ କଟକ ସହର । ପାଖାପାଖି ୯୦ କିଲୋମିଟର । ବାଇକ୍ କିମ୍ବା ବସ୍‌ରେ ଗଲେ ୩ରୁ ୪ ଘଂଟା ଲାଗିବ । ଆଉ ଟ୍ରଲିରେ ଯଦି ଜଣେ ଲୋକଙ୍କୁ ବୋହି ଏତେ ଦୂର ନିଆଯାଏ ଆପଣ ଅନୁମାନ କରିପାରୁଥିବେ କେତେ ଘଂଟା ଲାଗିପାରେ । ଟ୍ରଲି ଉପରେ ଯନ୍ତ୍ରଣାରେ ଝଟପଟ ହେଉଥିବା ରୋଗୀଣା ସ୍ତ୍ରୀକୁ ଟାଣି ଟାଣି ସାକ୍ଷୀଗୋପଳରୁ କଟକ ନେଇଛି ଜଣେ ବୃଦ୍ଧ ସ୍ୱାମୀ । ଲଗାତାର ୮ରୁ ୧୦ ଘଂଟା ପେଡେଲ ମାରି ସ୍ତ୍ରୀକୁ ପହଂଯାଇଛନ୍ତି ବଡ ମେଡିକାଲରେ । ସ୍ୱାସ୍ଥ୍ୟାସେବାର ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କଟକ ରାସ୍ତାରେ ।

ଚକିତ୍ସା ପାଇଁ ସ୍ତ୍ରୀକୁ ଟ୍ରଲିରେ ବସାଇ ପୁରୀରୁ କଟକକୁ ଆସିଛନ୍ତି ପୁରୀ ସା କ୍ଷୀଗୋପାଳର କବିର ସ୍ୱାଇଁ । ସ୍ତ୍ରୀର ଚିକିତ୍ସା ପାଇଁ ଅଟୋ ଭଡା ପାଇଁ ପାଖରେ ଟଙ୍କା ନଥିଲା, ଅନ୍ୟପଟେ ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳିଲା ନାହିଁ । ଫଳରେ ବାଧ୍ୟ ହୋଇ ପୁରୀ ସାକ୍ଷୀଗୋପାଳରୁ ଏକ ଟ୍ରଲିରେ ନିଜ ସ୍ତ୍ରୀକୁ ବସାଇ ପେଡାଲ ମାରି ସେ କଟକ ବଡ ମେଡିକାଲରେ ପହଂଚିଥିଲେ । କଟକରେ ତାଙ୍କ ଦୁଃଖ ଶୁଣିବା ପରେ ସମାଜସେବୀ ଅଭିମନ୍ୟୁ ଦାସଙ୍କ ସହାୟତାରେ କବିରଙ୍କ ସ୍ତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।

ଦୀର୍ଘଦିନ ହେବ କବିରଙ୍କ ସ୍ତ୍ରୀଙ୍କ ଗୋଡହାତ ଥରୁଥିବାରୁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ୫ ଦିନ ଚିକିତ୍ସା କରିବା ପରେ ଡାକ୍ତର ଏସସିବି ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ କବିର ଆମ୍ବୁଲାନ୍ସ ବୁଝିବାକୁ ଯାଇଥିଲେ, ହେଲେ କେହି ଯିବାକୁ ରାଜି ହୋଇନଥିଲେ । କଟକ ଯିବା ପାଇ ଅଟୋ ୧୨ ଶହ ଟଙ୍କା ଭଡା ମାଗିବାରୁ ଏତେ ଟଙ୍କା ଦେଇନପାରି ବାଧ୍ୟହୋଇ ଏକ ଟ୍ରଲିରେ ସ୍ତ୍ରୀକୁ ବସାଇ କଟକ ଆସିଥିଲେ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି, ହେଲେ ଗରିବ ଲୋକଙ୍କୁ ସେ ସୁବିଧା ମିଳିପାରୁ ନାହିଁ ।

Leave A Reply

Your email address will not be published.