Latest Odisha News

BREAKING NEWS

ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣା, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଗ୍ରାମ୍ର ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜ ପଟ୍ଟନାୟକଙ୍କୁ ଅପହରଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ, ଟିଟିଲାଗଡ଼ ଘଣ୍ଟ ବାହାଲିର ଲଳିତ ତାଣ୍ଡି, ଟିଟିଲାଗଡ଼ ବୁରଡିପଡାର ବୁଲୁ ମନହୀରା, ବଲାଙ୍ଗୀର ମୁରିବାହାଲ ଘଣ୍ଟା ବାହାଲର ପ୍ରକାଶ ମହାକୁଡ଼, ବଲାଙ୍ଗୀର ମୁରିବହଲ ବଜାରପଡ଼ାର ନିରଞ୍ଜନ ଆଚାରି , ଝାରସୁଗୁଡା ଆର ଆଣ୍ଡ ଡବ୍ଲୁ କଲୋନିର ତୋଫାନ ତାଣ୍ଡି ଓ ରଘୁନାଥ ପଡା ଟିଟିଲାଗଡ଼ ସଞ୍ଜୟ ସିଂହ।

ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଗତ ୬ତାରିଖ ବିଳମ୍ବିତ ରାତ୍ରିରେ ତାଙ୍କ ସରକାରୀ ବାସଭାବନରୁ ଅପହରଣ କରାଯାଇଥିଲା।  ଏହି ଘଟଣାରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବୋଲେରୋ ସହିତ ଗୋଟିଏ ଏୟାରଗନ୍, ୨ଟି ଭୁଜାଲି ଓ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ନେଇଥିବା ୧୫.୭୦୦ ଗ୍ରାମ ର ସୁନା ଚେନକୁ ପୁଲିସ୍ ଜବତ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୯ଟି ମୋବାଇଲ ଫୋନ୍ ବି ଜବତ ହୋଇଛି।

ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା ଏସପି ରାହୁଲ ପି.ଆର ଅପହରଣ ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପିଅନଙ୍କ ଅନୁପସ୍ଥିତି ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ଏହି ଅପହରଣ କରାଯାଇଥିଲା।

Leave A Reply

Your email address will not be published.