Latest Odisha News

ଜୟଦେବ ଉନାଡକଟ ରଚିଲେ କୀର୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଜୟଦେବ ଉନାଡକଟ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଦୀର୍ଘଦିନ ବ୍ୟବଧାନରେ ଜାତୀୟ ଦଳକୁ ଫେରିଛନ୍ତି । ଜୟଦେବ ୩୫୩୯ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ସେ ଶେଷଥର ୨୧ ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷଥର ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଡିସେମ୍ବର ୨୦୨୨ରେ ସେ ୧୨ ବର୍ଷ ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ । ଏଥିସହ ସେ ତାଙ୍କ ନାମ ରେକର୍ଡ ବୁକରେ ଲିପିବଦ୍ଧ କରିଛନ୍ତି । ସେ ୧୬ ଡିସେମ୍ବର ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ।

ଘରୋଇ ପ୍ରତିଯୋଗିତାରେ ସେ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇ ଚୟନ କମିଟିଙ୍କୁ ପ୍ରଭାବିତ କରିଥିଲେ । ସିନିୟର ଖେଳାଳିଙ୍କୁ ବିଶ୍ରାମ ଏବଂ ବେଂଚ ଷ୍ଟ୍ରେନ୍ଥ ବଢ଼ାଇବା ନୀତି ଯୋଗୁ ମଧ୍ୟ ତାଙ୍କୁ ଏହି ସୁଯୋଗ ମିଳିଥିବା ଆଶା କରାଯାଉଛି । ତୃତୀୟ ଦିନିକିଆରେ ଭାରତ ଅକ୍ଷର ପଟେଲ ଓ ଉମରାନ ମଲିକଙ୍କ ସ୍ଥାନରେ ରିତୁରାଜ ଗାଏକ୍ୱାଡ ଓ ଜୟଦେବଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଥିଲା ।

Comments are closed.