Latest Odisha News

‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଶଂସା କଲେ ଅନୁରାଗ: ଭଲ ଲାଗିବାରୁ ୨ ଥର ଦେଖିଲି

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନିତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । କରଣ ଜୋହରଙ୍କ ଏହି ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହା ବକ୍ସ ଅଫିସରେ ଧମାଲ କରୁଛି । ଏଥିରେ ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଅନେକ କଳାକାର ଏହି ଫିଲ୍ମର ପ୍ରଶଂସା କରିିଥିବା ବେଳେ ଏବେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନୁରାଗ କଶ୍ୟପ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କରଣ ଜୋହରଙ୍କ କାମକୁ ପ୍ରଶଂସା କରିଛନ୍ତି । ଆଉ ଲେଖିଛନ୍ତି, ଫିଲ୍ମଟି ବହୁତ ଭଲ ହୋଇଥିବାରୁ ମୁଁ ଏହାକୁ ୨ଥର ଦେଖିଛି । ଦ୍ୱିତୀୟ ଥର ପାଇଁ ଏଭଳି ହୋଇଛି ଯେ, ମୁଁ ୨ଥର କରଣ ଜୋହରଙ୍କ ଫିଲ୍ମର ଟିକେଟ କିଣି ଦେଖିଛିି । ଏହାକୁ ଅନ୍ୟମାନେ ଦେଖନ୍ତୁ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଫିଲ୍ମଟି ଏତେ ସୁନ୍ଦର ହୋଇଛି ଯେ, ଏହାକୁ ଦେଖି କାନ୍ଦି ପକାଇଥିବା ମଧ୍ୟ କହିଛନ୍ତି । ଏଥିସହ ରଣବୀର-ଆଲିଆଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ଅଭିନେତ୍ରୀ କଙ୍ଗନା ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ କରଣ ଜୋହରଙ୍କୁ ଟାର୍ଗେଟ କରିଥିଲେ । ଏହି ଫିଲ୍ମ ପୁରା ଫ୍ଲପ । କରଣ ଟଙ୍କା ଫିଙ୍ଗି ଫିଲ୍ମକୁ ହିଟ୍ କରନ୍ତି ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା ।

 

Leave A Reply

Your email address will not be published.