Latest Odisha News

+୯୨ ନମ୍ବର ଥିବା ହ୍ୱାଟ୍‌ସଆପ୍ କଲ୍ ଆସିଲେ ସାବଧାନ, ସାଇବର ଠକେଇ ନେଇ ସତର୍କତା

ଭୁବନେଶ୍ୱର: +୯୨ ସଂଖ୍ୟା ଥିବା ନମ୍ବରରୁ ହ୍ୱାଟ୍‌ସଆପ୍ କଲ ଆସିଲେ ତାକୁ ଉଠାନ୍ତୁ ନାହିଁ। ଏହି ନମ୍ବରରୁ କଲ ଆସିଲେ ସାବଧାନ। ଓଡ଼ିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ଆରମ୍ଭରୁ +୯୨ ସଂଖ୍ୟା ଥିବା ନମ୍ବରରୁ କଲ ଆସିଲେ ତାକୁ ଉଠାନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏହା ଏକ ପାକିସ୍ତାନ ନମ୍ବର।

+୯୨ ହେଉଛି ପାକିସ୍ତାନର କୋଡ୍। ସାଇବର ଠକମାନେ ବିଦେଶୀ ନମ୍ବର ବ୍ୟବହାର କରି ଲୋକମାନଙ୍କୁ ହ୍ୱାଟସ୍‌ଆପ୍ ଜରିଆରେ କଲ୍‌ କରୁଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାରରେ ଡରାଇ ଧମକାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗୁଛନ୍ତି। ଏନେଇ ଓଡି଼ଶା ପୋଲିସ ପକ୍ଷରୁ ଏକ୍ସରେ ସୂଚନା ଜାରି କରାଯାଇଛି। ଏକ୍ସରେ ଓଡ଼ିଶା ପୋଲିସ କହିଛି ଯେ +୯୨ ନମ୍ବର ଥିବା ହ୍ୱାଟ୍‌ସଆପ୍ (WhatsApp) କଲ୍ ଠାରୁ ଦୂରେଇ ରୁହନ୍ତୁ। ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, ହ୍ୱାଟ୍‌ସଆପ୍ କଲ କରିବା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି। ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ।

ସାଇବର ଠକଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ପରାମର୍ଶ ଦିଆଯାଇଛି । ତେବେ ବିଶେଷ କରି ଯେଉଁମାନେ ନୂଆ ସିମକାର୍ଡ ନେଇଛନ୍ତି ସେମାନଙ୍କୁ ଇଣ୍ଟରନ୍ୟାସନାଲ୍ ନମ୍ବରରୁ ଅଧିକ କଲ୍ ଆସୁଛି । ପୂର୍ବରୁ ୟୁଜର୍ସଙ୍କୁ ପରାମର୍ଶ ଦେଇଥିଲା ଯେ, ଏହି ପ୍ରକାର ନମ୍ବର ସବୁକୁ ବ୍ଲକ କରିଦେବା ଲାଗି । ଅନ୍ୟପଟେ ହ୍ୱାଟସଆପ୍ ପକ୍ଷରୁ କୁହାଯାଇଥିଲା ଯେ ସନ୍ଦିଗ୍ଧ କଲ୍ କୁ ବ୍ଲକ କରିବା ଓ ରିପୋର୍ଟ କରିବା ସ୍କାମ ବିରୁଦ୍ଧରେ ଲଢିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

Comments are closed.