Latest Odisha News

BREAKING NEWS

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର

ଯାଜପୁର: ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୧୪ ଆହତ। ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ଘଟଣାର ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ଟ୍ରକ ମଧ୍ୟରେ କାର ଚାପି ହୋଇ ୬ ଜଣ କାର ଯାତ୍ରୀ ପ୍ରାଣ ହରାଇଛନ୍ତି। କାର ଆଗରେ ଏକ ଟ୍ରକ୍ ଯାଉଥିବା ବେଳେ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା । ଆଗ ଟ୍ରକ୍ ବ୍ରେକ ମାରିବାରୁ କାରଟି ପିଟି ହୋଇ ଚୁରମାର ହୋଇଯାଇଥିଲା ।

Leave A Reply

Your email address will not be published.