Latest Odisha News

BREAKING NEWS

ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ନିଜର ପାଓ୍ବାର ସୋ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିର ଠାରୁ ନିଜର କର୍ମୀ ଓ ସହଯୋଗୀ ସହିତ ରୋଡ ସୋ ଆରମ୍ଭ କରିଛନ୍ତି ନଡ୍ଡା । ଏଥିସହିତ ଏହି ରୋଡ ସୋରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ସମେତ ହଜାର ହଜାର କର୍ମୀ ଓ ଜନସାଧାରଣ ସାମିଲ ହୋଇଛନ୍ତି ।  ଏହି ରୋଡ ସୋ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ଅପରାହ୍ଣରେ ବରଗଡ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡରେ ବିଶାଳ ଜନସଭାକୁ ଉଦ୍ବୋଧନ ଦେବେ ।

ତେବେ ଗତକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ଦର ବିମାନବନ୍ଦରରେ ପହଞ୍ଚିଥିଲେ । ତା ପରେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ମହିଳାମୋର୍ଚ୍ଚାଙ୍କ ସହ ବୈଠକ କରି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ ।

ସେ କହିଥିଲେ, ‘ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ । ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ ।’

Leave A Reply

Your email address will not be published.