Latest Odisha News

BREAKING NEWS

ଭୁଶୁଡିଲା ନିର୍ମାଣାଧିନ ପୋଲ, ଜଣେ ମୃତ, ଅନେକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା

ପାଟଣା: ବିହାର ଦିବସରେ ବିହାରରେ ଘଟିଲା ବଡ ଅଘଟଣ । ଭୁଶୁଡି ପଡିଲା ନିର୍ମାଣଧିନ ପୋଲ । ପୋଲ ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ପ୍ରାଣ । ଅନେକ ଶ୍ରମିକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା । ବିହାରର ସୁପୌଲ ଠାରେ ଥିବା କୋସି ନଦୀରେ ଘଟିଛି ଏହି ବଡ ଅଘଟଣ ।

ସୂଚନାଯୋଗ୍ୟ ଯେ, ଏହି ନିର୍ମାଣଧିନ ପୋଲଟି କୋସି ନଦୀ ଉପରେ ନିର୍ମାଣ କରାଯାଉଛି । ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ । ସେତୁ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଟ୍ରାନ୍ସ ରେଳ କମ୍ପାନୀକୁ ଦିଆଯାଇଛି । ସେତୁର ମୋଟ ଲମ୍ବ ୧୦.୫ କିଲୋମିଟର ରହିଛି । ଭରତ ମାଳା ପ୍ରକଳ୍ପ ଅଧୀନରେ ନିର୍ମିତ ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୫୦, ୫୧, ଏବଂ ୫୨ ସ୍ତମ୍ଭର ଘାଟି ଭୁଶୁଡି ପଡିଛି । ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିବା ପରେ ବର୍ତ୍ତମାନ ନିର୍ମାଣକାରୀ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ବ୍ରିଜ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.