Latest Odisha News

BREAKING NEWS

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ୪ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲ ଯାଏଁ ଚାଲିବ ।

ଖାତା ମୂଲ୍ୟାୟନ ପାଇଁ ୬୯ଟି ଅଫ୍ ଲାଇନ୍ ଓ ୪୧ ଅନଲାଇନ୍ ସେଣ୍ଟର କରାଯାଇଛି । ପ୍ରଥମ ପର୍ଯ୍ୟାୟ ଅଫଲାଇନ୍‌ ଖାତାଦେଖା ପାଇଁ ମୋଟ ୨୮ ଶହ ଅଧ୍ୟାପକ ଓ ଅଧ୍ୟାପିକା ଏଥିପାଇଁ ନିଯୁକ୍ତ ହୋଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ପାଇଁ ୩୭୦୦ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ସୂଚନାଯୋଗ୍ୟ, ୨୦୨୪, ଫେବ୍ରୁଆରୀ ୧୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.