Latest Odisha News

BREAKING NEWS

ଶୀଘ୍ର ପାଣି ଭିତରେ ଦୌଡ଼ିବ ମେଟ୍ରୋ

କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି । ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଦୌଡ଼ିବ । ଏନେଇ କାମ ଚାଲିଥିବା ବେଳେ ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ।

କୋଲକାତା ମେଟ୍ରୋ ରେଳ କର୍ପୋରେସନ୍ ଅନୁସାରେ, ପୂର୍ବ-ପଶ୍ଚିମ ମେଟ୍ରୋ ପକଳ୍ପ କାର୍ଯ୍ୟ ଶୀଘ୍ର ସରିବ । ଏହି ପ୍ରକଳ୍ପରେ ପାଣି ଭିତରେ ମେଟ୍ରୋ ଚାଲିବ । ପ୍ରକଳ୍ପ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଦା ସାରିବାକୁ ଲକ୍ଷ୍ୟ ରଖା ଯାଇଛି । ଅଣ୍ଡରୱାଟର ମେଟ୍ରୋ ହୁଗଳୀ ନଦୀ ଭିତରେ ହାୱଡ଼ା ଓ କୋଲକାତାକୁ ଯୋଡ଼ିବ ।

ଏଥିପାଇଁ ହୁଗଳି ନଦୀ ଭିତରେ ଟନେଲ ନିର୍ମାଣ କରାଯାଉଛି । ଟନେଲ ନିର୍ମାଣ କାର୍ଯ୍ୟରେ ଜର୍ମାନୀ ଟେକ୍ନୋଲୋଜିର ବ୍ୟବହାର ହେଉଛି । ପାଣି ଭିତରେ ଟନେଲ ଲାଗି ପ୍ରାୟ ୧୫୭ କୋଟି ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଜର୍ମାନୀରେ ପ୍ରତି କିଲୋମିଟରରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

କେଏମ୍ଆରଏସ୍ ଅଧିକାରୀଙ୍କ ଅନୁସାରେ, ଏବେ ସୁଦ୍ଧା ପାଣି ଭିତରେ ୫୨୦ ଲମ୍ବ ଟନେଲ କାର୍ଯ୍ୟ ଶେଷ ହୋଇ ସାରିଛି । ଯାହାକି ବେଶ ଚ୍ୟାଲେଞ୍ଜିଂ ଥିଲା । ପ୍ରକଳ୍ପ ନିର୍ମାଣ ପରେ ଯାତ୍ରୀ ପାଣି ଭିତରେ ଅଧ କିଲୋମିଟର ରାସ୍ତାକୁ ୧ ମିନିଟରୁ କମ୍ ସମୟରେ ମେଟ୍ରୋରେ ଅତିକ୍ରମ କରି ପାରିବେ ।

Leave A Reply

Your email address will not be published.