Latest Odisha News

BREAKING NEWS

କରୋନା ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର !

ଭୁବନେଶ୍ୱର: କୋଭିଡ ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ​​ଏକ ସର୍ଭେ ରିପୋର୍ଟରେ କୁହାଯାଇଛି।

ସର୍ଭେ ଅନୁଯାୟୀ, ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ୧.୪% ଥିଲା, ସେପ୍ଟେମ୍ବରରେ ଏହି ହାର ୨.୧% ଛୁଇଁଛି।

ତେବେ ବେକାରୀ ହାରରେ ସର୍ବନିମ୍ନ ବୃଦ୍ଧି ନେଇ ବିଶ୍ଳେଷଣ ଅନୁଯାୟୀ ଛତିଶଗଡ (୨%) ଏବଂ ଆସାମ (୧.୨%) ପରେ ଓଡିଶା ତୃତୀୟ ସ୍ଥାନରେ ରହିଛି। ଏହି ସର୍ଭେ ଅନୁଯାୟୀ ଦେଶରେ ସର୍ବାଧିକ ରୋଜଗାରକ୍ଷମ ବ୍ୟକ୍ତି ଉତ୍ତରାଖଣ୍ଡରେ ଅଛନ୍ତି। ଉତ୍ତରାଖଣ୍ଡରେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ହାର ରହିଛି ୨୨.୩% .ତା’ପରେ ହରିୟାଣା (୧୯.୭), ତ୍ରିପୁରା (୧୭.୪), ଜାମ୍ମୁ କାଶ୍ମୀର (୧୬.୨), ଗୋଆ (୧୫.୪), ରାଜସ୍ଥାନ (୧୫.୩), ଦିଲ୍ଲୀ (୧୨.୫), ହିମାଚଳ ପ୍ରଦେଶ (୧୨), ବିହାର (୧୧.୯) ଏବଂ ପଶ୍ଚିମବଙ୍ଗ (୯.୩) | ଅନ୍ୟପକ୍ଷରେ, ଜାତୀୟ ହାରାହାରି ଅନୁଯାୟୀ ଭାରତରେ ବେକାରୀ ହାର ଅଗଷ୍ଟରେ ୮.୩୫ ରହିଥିବା ବେଳେ ରୁ ସେପ୍ଟେମ୍ବରରେ ଏହା ୬.୬୭% କୁ ହ୍ରାସ ପାଇଛି।

Leave A Reply

Your email address will not be published.