Latest Odisha News

BREAKING NEWS

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ ଗୋଟିଏ ଜଗତସିଂହପୁରର ନୋଳିଆ ସାହି ଥିବା ବେଳେ ଅନ୍ୟଟି ଗଂଜାମ ଜିଲ୍ଲାର ଭେଙ୍କଟରାୟପୁର ରହିଛି ।

ଅସନ୍ତାକଲି ଅର୍ଥାତ ଅଗଷ୍ଟ ୭ରେ ଭେଙ୍କଟରାୟପୁର ଓ ନୋଳିଆ ସାହିର ଲୋକଙ୍କୁ ୟୁନେସ୍କୋର ସ୍ୱିକୃତିପ୍ରାପ୍ତ ପ୍ରମାଣ ପତ୍ର ଓ ପ୍ରଶଂସା ପତ୍ର ଦେବା ପାଇଁ ଓସଡମା, (INCOIS), ICG/IOTWMS ପକ୍ଷରୁ ମିଳିତ ଭାବେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Leave A Reply

Your email address will not be published.