Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂତ୍ରରୁ ଜଣା ପଡ଼ିଛି ଯେ ଗତ କିଛି ବର୍ଷରେ ରିୟାଙ୍କ ନେଟ୍ ଆୟ ୧୦ଲକ୍ଷରୁ ୧୨ଲକ୍ଷ ଏବଂ ତା’ପରେ ୧୪ଲକ୍ଷ ଯାଏଁ ପହଞ୍ଚିଛି। ଇନକମ୍ ଟାକ୍ସ ରିଟର୍ଣ୍ଣକୁ ଏହି ସୂଚନା ଦିଆଯାଇଛି। ଇଡିକୁ ଜଣା ପଡ଼ିଛି ଯେ ଏତେ କମ୍ ଆୟ ସତ୍ବେ ରିୟା ମୁମ୍ବାଇରେ ୨ଟି ଜାଗା କିଣିଥିଲେ। ଏଥିରେ ଗୋଟିଏ ରିୟାଙ୍କ ନାଁରେ –ଅନ୍ୟଟି ରିୟାଙ୍କ ଘରଲୋକଙ୍କ ନାଁରେ ରହିଛି। ଏବେ ସୁଦ୍ଧା ଜଣା ପଡ଼ିନାହିଁ ଯେ ରିୟାଙ୍କ ଏହି ଦୁଇଟି ଜାଗାର ଟଙ୍କା କିଏ ଦେଇଛି। ସନ୍ଦେହ ହେବାରୁ ଇଡି ଏହି ୨ଟି ଜାଗାର କାଗଜପତ୍ର ମାଗିଛି।

ଏହି ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ୨ଟି କମ୍ପାନୀର ଅନୁସନ୍ଧାନ କରାଯାଇଛି। ଯେଉଁ କମ୍ପାନୀ ଦିଲ୍ଲୀରେ ରହିଛି ତା’ର ତଦନ୍ତ ହେବା ବାକି  ରହିଛି। କିଛି ଦିନ ତଳେ ଇଡି ସୁଶାନ୍ତ ସିଂହଙ୍କ ସିଏ ସହ ଏବିଷୟରେ ପଚରାଉଚୁରା କରିଥିଲେ କିନ୍ତୁ ସିଏଙ୍କ ଜବାବରେ ଇଡି ସନ୍ତୁଷ୍ଟ ନାହାନ୍ତି। ସମ୍ପତ୍ତି ସହ ଜଡ଼ିତ ପଚରାଉଚୁରା ପାଇଁ ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ଇମେଲ୍ ପଠାଇଛି। ଏହା ଉପରେ ଏବେ ସୁଦ୍ଧା କୌଣସି ଜବାବ ମିଳି ପାରିନାହିଁ। ରିୟା ଚକ୍ରବର୍ତ୍ତୀଙ୍କୁ ଅଗଷ୍ଟ ୭ତାରିଖରେ ପଚରାଉଚୁରା କରିବା ପାଇଁ ଡକାଯାଇଛି ଯେଉଁଥିରେ ତାଙ୍କ ବୟାନ ରୁଜୁ କରାଯିବ।

Leave A Reply

Your email address will not be published.