Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପୌଷ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରାରେ ଆସନ୍ତୁ ଜାଣିବା ପୌଷ ମାସ ବିଷୟରେ। ଏହି ମାସରେ ଶୀତ ଯୋଗୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପହିଲି ଭୋଗ। ବାହାରେ ଋତୁରେ ବି ଆସୁଛି ପରିବର୍ତ୍ତନ, ଆମ୍ବ ବଉଳ ବାସ୍ନାରେ ଜଗତ ମହକୁଛି।

ବକୁଳ ଲାଗି ଅମାବାସ୍ୟା :- ପୌଷ ମାସ ଅମାବାସ୍ୟା ତିଥିରେ ଏକ ବିଶେଷ ଅନୁଷ୍ଠାନ ହୋଇଥାଏ ଶ୍ରୀମନ୍ଦିରରେ। ଏହି ଦିନ ଶ୍ରୀଜୀଉମାନଙ୍କୁ ବଉଳ ଗଇଁଠା ଭୋଗ ହୁଏ।

ପୁଷ୍ୟାଭିଷେକ :- ପୌଷ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀଜୀଉମାନଙ୍କ ପୁଷ୍ୟାଭିଷେକ ନୀତି ହୁଏ।

ନବାଙ୍କ ବେଢା ଓ ଫୁଲ ମେଲାଣ ଧନୁ ମାସର ମାସନ୍ତ ଦିନ ଅର୍ଥାତ ମକର ସଂକ୍ରାନ୍ତି ପୂର୍ବ ଦିନ ଶ୍ରୀଜୀଉମାନଙ୍କ ନିକଟରେ ଫୁଲ ମେଲାଣ ସହ ନବାଙ୍କ ବେଢା ନୀତି ପାଳିତ ହୋଇଥାଏ।

ମକର ବେଢା :- ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ମକର ବେଢା ନୀତି ପାଳିତ ହୋଇଥାଏ । ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ହେଲା ମକର ଚାଉଳ ଭୋଗ। ଏହା ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଯାହା ଅରୁଆ ଚାଉଳ ଗୁଣ୍ଡ ସହ ଛେନା, ଗୁଡ଼, ନବାତ, ବିଭିନ୍ନ ସୁଗନ୍ଧ ଯୁକ୍ତ ମସଲା ଓ ନଡ଼ିଆ କଦଳୀ ଇତ୍ୟାଦି ପଡି ନିର୍ମିତ୍ତ ହୋଇଥାଏ। ପ୍ରାୟ ସମସ୍ତ ମନ୍ଦିର ଏପରିକି ଗୃହ ଦେବତାଙ୍କୁ ମଧ୍ୟ ଏହା ଭୋଗ ଲାଗିଥାଏ। ଶ୍ରୀମନ୍ଦିରରେ ମଧ୍ୟ ଏହା ଭୋଗ ଲାଗିଥାଏ।

ଉତ୍ତରାୟଣ ଯାତ୍ରା :- ସେହି ମକର
ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ କିଛି ନୀତି ପାଳିତ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ମାଘ ମାସ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ସକଳ ଦେହେ ନାରାୟଣ
ବସନ୍ତି ଅନାଦି କାରଣ।
ସେ ନାରାୟଣ ଦେହ ଗତେ
ବସନ୍ତି ଭାବ ଅନୁମତେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.