ନୂଆଦିଲ୍ଲୀ: ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି। କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ହାର ମଧ୍ୟ ଭାରତରେ କମ୍ ରହିଛି।
ଡିଏନଏରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଦେଶରେ ସଂକ୍ରମଣର ମାତ୍ରା କମ ହେବାର କାରଣ ହେଉଛି ଭାରତୀୟମାନଙ୍କର ‘ଅପରିଷ୍କାର ଅଭ୍ୟାସ’।
ହଁ, ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ମାତ୍ର ଏହା ସତ। ଗବେଷଣାରୁ ଜଣାପଡିଛି ଯେ, ଭାରତୀୟଙ୍କର ଅପରିଷ୍କାର ଅଭ୍ୟାସ ହେତୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ ଅଟେ ।
ଭାରତୀୟଙ୍କ ଏହି ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ହିଁ ସେମାନଙ୍କୁ ଏହି ମାରାତ୍ମକ କରୋନାଭାଇରସରୁ ରକ୍ଷା କରିବାରେ ସାହାଯ୍ୟ କରୁଛି ।
ଏହି ଗବେଷକ ମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାବରେ କହିଛନ୍ତି ଯେ ଯଦିଓ ଏହିଭଳି ଅପରିଷ୍କାର ଅଭ୍ୟାସ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହୋଇଥାଏ । ମାତ୍ର ସେମାନେ ଏହାକୁ ପ୍ରୋତ୍ସାହିତ କରୁନାହାଁନ୍ତି।
ଗବେଷକ ଦଳ ଆହୁରି ମଧ୍ୟ କହିଛନ୍ତି ଯେ, ଏହିପରି ଅଭ୍ୟାସ କେବଳ ଏକ ବିକଳ୍ପ ଯାହା ରୋଗ ପ୍ରତିରୋଧକ ପକ୍ରିୟାକୁ ଶକ୍ତିଶାଳୀ କରିବା ସହ କୋଭିଡ୧୯ ବିସ୍ତାରକୁ ରୋକିପାରିବ ।
Comments are closed.