ରାଉରକେଲା: ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ରାଉରକେଲା ନିକଟରେ ରାସ୍ତା ଉପରେ ଜଳିଗଲା ଗାଡ଼ି । ଆଜି ସକାଳୁ ସକାଳୁ ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡ଼ିଟି ପୋଡ଼ି ଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସ୍କର୍ପିଓ ଭିତରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ । ୧୦ରୁ ଅଧିକ ଲୋକ ବାଇକରେ ଆସି ସେମାନଙ୍କୁ ଗାଡ଼ିରୁ ଓହ୍ଲାଇ ମାଡ଼ ମାରିବା ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥଲେ ।
ଘଟଣା ପରେ ଗାଡ଼ିରେ ଥିବା ୩ ଜଣ ଓ ନିଆଁ ଲଗାଇ ଦେଇଥିବା ଲୋକ ସମସ୍ତେ ଫେରାର ହୋଇଯାଇଥିଲେ । ଅଭିଯୋଗ ହୋଇଛି ସ୍କର୍ପିଓରେ ଆପତ୍ତିଜନକ ସାମଗ୍ରୀ ଚାଲାଣ ହେଉଥିଲା । ଟାଙ୍ଗରପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed.