Latest Odisha News

BREAKING NEWS

ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ ରବିବାରକୁ କାରବାର ବନ୍ଦ ହୋଇଥାଏ । ଏହା ପୂର୍ବରୁ ୨୮ ଫେବ୍ରୁଆରୀ ୨୦୧୫ ରେ ବଜେଟ ଦିନ ଶେୟାର ବଜାର ରେ କାରବାର ହୋଇଥିଲା । ସେଦିନ ବି ଶନିବାର ଥିଲା ଓ ସେ ସମୟରେ ପୁର୍ବତନ ବିତ୍ତ ମନ୍ତ୍ରୀ ଅରୁଣ ଜେଟଲି ବଜେଟ ଆଗତ କରିଥିଲେ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ସୂଚନା ଅନୁସାରେ ଏକ ଫେବ୍ରୁଆରୀ ସକାଳ ୯ ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ କାରବାର ହେବ । ଏହି ସମୟରେ ନିବେଶକ ସାମାନ୍ୟ କାରବାର କରିପାରିବେ । ବଜେଟ ସମୟରେ ଶେୟାର ବଜାର ଖୋଳରୁହେ । ଏହି ସମୟରେ ଶେୟାର ବଜାରରେ କାରବାର ଉପରେ ପ୍ରଭାବ ପଡେ ଓ ଶେୟାର କାରବାର ରେ ହ୍ରାସବୃଦ୍ଧି ଘଟେ ।

ଏହା ବଜେଟ ବେଶ ମହତ୍ୱପୂର୍ଣ୍ଣ ଅଟେ କାରଣ ଏ ବଜେଟ ଏମିତି ଏକ ସମୟରେ ଆଗତ ହେବ ଯେଉଁ ସମୟରେ ଭାରତର ଅର୍ଥବ୍ୟବସ୍ଥା ମାନ୍ଦା ଅଛି ଓ ବିକାଶ ଦର ପାଞ୍ଚ ପ୍ରତିଶତ ଅଛି । ଆଉ ଏଥିପାଇଁ ବିତ୍ତ ମନ୍ତ୍ରୀ ବହୁତ କିଛି ପଦକ୍ଷେପ ନେଇ କିଛି ମାସ ହେବ ବଡ଼ ଘୋଷଣା କରିସାରିଛନ୍ତି ।

ନିକଟରେ ଅନ୍ତଜାତୀୟ ମୁଦ୍ରା କୋଷ ବା ଆଇଏମଏଫ ବିଶ୍ୱ ଆର୍ଥିକ ମଞ୍ଚରେ ଭାରତ ଓ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ନିଜର ବିକାସ ଦର ଅନୁମାନକୁ କମାଇ ଦେଇଥିଲେ । ପୂରା ବିଶ୍ୱ ପାଇଁ ଯେଉଁଠି ବିକାଶ ଦର ଅନୁମାନ ୩.୩ ପ୍ରତିଶତ କରିଛନ୍ତି , ସେହିପରି ଭାରତ ପାଇଁ ଏହା ୪.୮ ପ୍ରତିଶତ ଅଟେ । ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମଏଫ ଏଥିପାଇଁ ଏନବି ଏଫସି କମ୍ପାନୀମାନଙ୍କ ମଧ୍ୟରେ ଷ୍ଟ୍ରେସ ଓ କ୍ରେଡିଟ ଗ୍ରୋଥ ହ୍ରାସପାଇବାକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.