Latest Odisha News

BREAKING NEWS

ସାମସଙ୍ଗ ଗାଲାକ୍ସି ‘ଏସ୧୦ ଲାଇଟ’ ଭାରତରେ ହେବ ଲଞ୍ଚ: ଜାଣନ୍ତୁ, କଣ ରହିବ ଫିଚର୍ସ

ଭୁବନେଶ୍ୱର: ସାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ ଓ ସାମସଙ୍ଗ ଗାଲାକ୍ସି ନୋଟ୧୦ ଲାଇଟ କୁ ବହୁ ଦିନରୁ ଭାରତୀୟ ଗ୍ରାହକ ଅପେକ୍ଷା କରିଥିଲେ । ସାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ କୁ ସାରା ଭାରତରେ ୮ ଜିବି ରାମ ସହ ହେବ ଲଞ୍ଚ । ଲଞ୍ଚ ପୂର୍ବରୁ ଏହି ଫୋନ ଟି କମ୍ପାନୀ ୱେବସାଇଟ ରେ ଲିଷ୍ଟେଡ଼ ହୋଇଗଲାଣି ।

ନିକଟରେ ସାମସଙ୍ଗ ଗାଲାକ୍ସି ନୋଟ୧୦ ଲାଇଟ କୁ ଭାରତରେ ଲଞ୍ଚ କରିଦିଆଯାଇଛି ଓ ଏହାର ଦାମ ୩୮,୯୯୦ ଅଛି ।

ସେହିପରି କାଲି ମାନେ ୨୩ ଫେବ୍ରୁଆରୀ କୁ ଗାଲାକ୍ସି ଏସ୧୦ ଲାଇଟ କୁ ଭାରତୀୟ ବଜାର ରେ ଅଫିସିଆଲି ଭାବେ ଲଞ୍ଚ ହେବ । ଲଞ୍ଚପୁର୍ବରୁ ଏହା କମ୍ପାନୀ ୱେବସାଇଟ ରେ ଲିଷ୍ଟ ହୋଇସାରିଛି ଓ ଏହା ସହ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ରେ ମଧ୍ୟ ଲଂଚ ତାରିଖ ଘୋଷଣା କରାଯାଇଛି ।

ସାମସଙ୍ଗ ଇଣ୍ଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ରେ ଏକ ପୋଷ୍ଟ ଜରିଆରେ ଏସମ୍ପର୍କରେ ସୂଚନା ଦିଆଯାଇଛି ଯେ ସାମସଙ୍ଗ ଗାଲାକ୍ସି ଏସ୧୦ ଲାଇଟ ଭାରତରେ ୨୩ ଜାନୁଆରୀ ଦିନ ୧୨ଟାରେ ଲଂଚିଙ୍ଗ କରାଯିବ । ଲଞ୍ଚ ପୂର୍ବରୁ ଏହା ଫ୍ଲିପକାର୍ଟ ଆଦି ଇ-କମର୍ସ ୱେବସାଇଟ ରେ ଲିଷ୍ଟିଙ୍ଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫୋନର ଦାମ ଓ ଉପଲବ୍ଧତା ସମ୍ପର୍କରେ କିଛି ଶେୟାର କରାଯାଇନାହିଁ । ଫ୍ଲିପକାର୍ଟରୁ ଅନ୍ଦାଜ ଲଗାଯାଉଛି ଯେ ଏହା ଏକ୍ସକ୍ଲୁସିବିଲି ସେଲ ପାଇଁ ଉପଲବ୍ଧ ହେବ ।

ଫ୍ଲିପକାର୍ଟ ରେ ଗାଲାକ୍ସି ଏସ୧୦ ଲାଇଟ ର କିଛି ଫିଚର୍ସ ମଧ୍ୟ ଶେୟାର କରାଯାଇଛି । ଯାହାଦ୍ୱାରା ଅନୁମାନ କରାଯାଉଛି ଏହି ସ୍ମାର୍ଟଫୋନ ରେ ୪,୫୦୦ ଏମଏଏଚ ବ୍ୟାଟେରୀ ଉପଲବ୍ଧ ହେବ । ଫୋନରେ ୨୪୦୦ x ୧୦୮୯ ପିକ୍ସେଲ ସ୍କ୍ରିନ ରିଜୋଲ୍ୟୁସନ ସହ ୬.୭ ଇଞ୍ଚ ଫୁଲଏଚଡ଼ି + ସୁପର ଏମୋଲେଡ଼ ଡିସ୍ପଲେ ଦିଆଯାଇଛି । ଏଥିରେ ସାମସଙ୍ଗ ୟୁଆଇ ୨.୦ ଅଧାରୀତ ଆଣ୍ଡରଏଡ଼ ୧୦ ସହ ସ୍ନାପଡ୍ରାଗନ ୮୫୫ ଚିପସେଟ ରେ କାମ କରିବ ।

ଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । ଏଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର, ୧୨ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ଼ ଆଙ୍ଗେଲ ଓ ୫ ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ଦିଆଯାଇଛି । ସେହିପରି ସେଲ୍ଫି କ୍ୟାମେରା ରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହି ଫୋନ ଭାରତୀୟ ବଜାରରେ ୮ ଜିବି ରାମ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ସହ ଲଞ୍ଚ ହେଉଛି । ଏହା ସହ ପ୍ରିଜମି ବ୍ଲାକ, ପ୍ରିଜମି ହ୍ଵାଇଟ ଓ ପ୍ରିଜମି ବ୍ଲୁ ରଙ୍ଗ ରେ ଉପଲବ୍ଧ ହେବ ।

Leave A Reply

Your email address will not be published.