Latest Odisha News

BREAKING NEWS

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ ଆର୍ôଥକ ବର୍ଷରେ ମଧ୍ୟ ଏଥିରେ କୌଣସି ପରିବର୍ତନ ଆସିବା ସମ୍ଭାବନା ନାହିଁ ।

ଆର୍ôଥକ ମାନ୍ଦାବସ୍ତା କାରଣରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ଆର୍ôଥକ ବର୍ଷରେ ଟ୍ୟାକ୍ସରୁ ଆଦାୟ ରାଜସ୍ୱ ମୂଳ ଲକ୍ଷ୍ୟ ତୁଳନାରେ ୨ ଲକ୍ଷ କୋଟି କମ୍ ରହିବା ସମ୍ଭାବନା ରହିଛି । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆର୍ôଥକ ବଜେଟରେ ବ୍ୟକ୍ତିଗତ ଆୟକର ସ୍ଲାବରେ ହ୍ରାସ ସମ୍ଭାବନା କମ୍ ରହିପାରେ । ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ବ୍ୟକ୍ତିଗତ ଆୟକର ତଥା କର୍ପୋରେଟ୍ ଆୟକରରୁ ମିଳିଥିବା ରାଜସ୍ୱ ଲକ୍ଷ୍ୟ ତୁଳନାରେ ଦେଢ଼ ଲକ୍ଷ କୋଟି କମ୍ ରହିପାରେ ।

ମାନ୍ଦା ପଡିଥିବା ଆର୍ଥିକ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ଗତବର୍ଷ ସେପ୍ଟେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସରେ ହ୍ରାସ କରିବା ପାଇଁ ଘୋଷଣା କରିଥିଲେ । ସେହିପରି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବ୍ୟକ୍ତିଗତ ଆୟକରରେ କିଛିଟା ହ୍ରାସ ହୋଇପାରେ ବୋଲି ଆଶା ରଖାଯାଉଛି ।

କିନ୍ତୁ ଟ୍ୟାକ୍ସରୁ ମିଳୁଥିବା ରାଜସ୍ୱ ଲକ୍ଷ୍ୟ କମ୍ ରହିଥିବା ଯୋଗୁଁ ଟ୍ୟାକ୍ସ ହ୍ରାସ କରିବା ଆଶା ସୀମିତ ହୋଇପାରେ ବୋଲି ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କ ସମେତ ଅନେକ ଅର୍ଥ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ଗତବର୍ଷ ସେପ୍ଟେମ୍ବରରେ କର୍ପୋରେଟ ଟ୍ୟାକ୍ସରେ କରାଯାଇଥିବା ୨୮ ବର୍ଷର ସର୍ବନିମ୍ନ ହ୍ରାସ ଯୋଗୁଁ ସରକାରୀ ରାଜକୋଷ ଉପରେ ଏକ ଲକ୍ଷ କୋଟି ଟଙ୍କାର ଅଧିକ ଆର୍ଥିକ ବୋଝ ପଡିଥିଲା ।

ଏଥିସହ ସରକାର ବିଦେଶୀ ନିବେଶକ ତଥା ଘରୋଇ ସଂସ୍ଥାଙ୍କଠାରୁ ଦୀର୍ଘ ଏବଂ ସ୍ୱଳ୍ପ ମିଆଦି ପୁଂଜିଗତ ଆୟ ଉପରେ ରହିଥିବା ଅତିରିକ୍ତ ଅର୍ଥକୁ ମଧ୍ୟ ଫେରାଇ ନେବାକୁ ଘୋଷଣା କରିଥିଲେ । ଏହାଦ୍ୱାରା ରାଜକୋଷ ଉପରେ ୧୪ଶହ କୋଟି ଟଙ୍କାର ବୋଝ ପଡିଥିଲା ।

ବଜେଟ ବିଶେଷାଙ୍କ:

-୫ଲକ୍ଷ ଟଙ୍କାର ଆୟ ଉପରେ ଟ୍ୟାକ୍ସ ରିହାତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ।
-ମୋଟ ଟାର୍ଗେଟ ୨ଲକ୍ଷ କୋଟିରେ ହ୍ରାସ କରାଯାଇପାରେ ।
-କର୍ପୋରେଟ ଟ୍ୟାକ୍ସ ଏବଂ ବ୍ୟକ୍ତିଗତ ଟ୍ୟାକ୍ସରେ ୧.୫ କୋଟି ହ୍ରାସ ସମ୍ଭାବନା ।
– ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ୫୦ ହଜାର କୋଟିରୁ କମ୍ ରହିବା ଅନୁମାନ ।

Leave A Reply

Your email address will not be published.