Latest Odisha News

BREAKING NEWS

ଜାଣନ୍ତୁ, ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ !

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୦୨୧ ର ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ । ଏଥର ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏହା ତାଙ୍କର ଦ୍ୱିତୀୟ ବଜେଟ୍ ହେବ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ କାର‌୍ୟ୍ୟକାଳର ଦ୍ୱିତୀୟ ବଜେଟ୍ ହେବ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଲୋକଙ୍କୁ ବଜେଟ୍ ଠାରୁ ବହୁତ ଆଶା ରହିଛି । ବଜେଟ୍ କେବଳ ଯୋଜନା ପାଇଁ ନୁହେଁ ବରଂ ଏହାକୁ ଉପସ୍ଥାପନ କରୁଥିବା ଅର୍ଥ ମନ୍ତ୍ରୀଙ୍କ ପାଇଁ ମଧ୍ୟ ଚର୍ଚ୍ଚାରେ ଆସେ ।

ଭାରତୀୟ ବଜେଟର କାହାଣୀ ମଧ୍ୟ କିଛି ଏମିତି । ସେମିତି ଏକ ମନ୍ତ୍ରୀ ହେଉଛନ୍ତି ମୋରାରଜୀ ଦେସାଇ, ଯିଏକି ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିଛନ୍ତି ।

ମୋରାରଜୀ ଦେସାଇ ଦେଶର ଏମିତି ଏକମାତ୍ର ପୂର୍ବ ପ୍ରଧାନମନ୍ତ୍ରୀ ଥିଲେ, ଯିଏ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବ୍ୟତୀତ ସେ ଦୁଇ ଥର ନିଜ ଜନ୍ମଦିନ ମଧ୍ୟ ବଜେଟ୍ ଉପସ୍ଥାପନ କରିଥିଲେ, ଯଦି ଆମେ ଅଧିବର୍ଷକୁ ଛାଡିଦେବା ଫେବୃଆରୀ ମାସ ୨୮ ଦିନିଆ । କିନ୍ତୁ ମୋରାରଜୀଙ୍କ ଜନ୍ମ ୨୯ ଫେବୃଆରୀରେ ହୋଇଥିଲା ।

ଭାରତକୁ ସ୍ୱାଧୀନତା ମିଳିବାର ତିନି ମାସ ଭିତରେ ବଜେଟ୍ ଉପସ୍ଥାପନ କରିଥିଲେ, କିନ୍ତୁ ତାହା ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ନଥିଲା । ପ୍ରକୃତରେ ଏହା ଅର୍ଥବ୍ୟବସ୍ଥାର ସମୀକ୍ଷା ଥିଲା ।

Leave A Reply

Your email address will not be published.