Latest Odisha News

BREAKING NEWS

ବଦଳିବ ଭାରତୀୟ ଡାକ ବିଭାଗର ରୂପରେଖ, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ଘୋଷଣା କରାଯାଇଥିଲା । ବଜେଟରେ, ସରକାର ଭାରତୀୟ ଡାକ ବିଭାଗର ରୂପ ବଦଳାଇବାକୁ ମଧ୍ୟ ଘୋଷଣା କରିଥିଲେ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ଭାରତୀୟ ଡାକକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହ ଏକ ବୃହତ ଲଜିଷ୍ଟିକ୍ସ ସଙ୍ଗଠନରେ ପରିଣତ କରାଯିବା । ଏହା ଗ୍ରାମୀଣ ଅର୍ଥନୀତିକୁ ପ୍ରେରଣା ଦେବ । କିଛି ବର୍ଷ ପୂର୍ବେ, ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ ଭାରତୀୟ ଡାକ ବିଭାଗକୁ ଡିଜିଟାଲାଇଜେସନ୍ କରାଯାଇଥିଲା ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟବ୍ୟାଙ୍କ ଦ୍ୱାରା ପରିଚାଳିତ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଇଣ୍ଡିଆ ପୋଷ୍ଟ ଏବଂ ଗ୍ରାମୀଣ ଅର୍ଥନୀତି ପାଇଁ ଉତ୍ପେରକ ଭାବରେ କାର୍ଯ୍ୟ କରିବା ପାଇଁ ୨.୪ ଲକ୍ଷ ଡାକ ସେବକଙ୍କ ଏକ ବିଶାଳ ନେଟୱାର୍କପୁନଃ ଅବସ୍ଥାପିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Comments are closed.