Latest Odisha News

BREAKING NEWS

ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ସଠିକ୍ ଦେୟ ନିର୍ଦ୍ଧାରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛନ୍ତି ।

୨୦୨୯-୨୦ ଋତୁ ପାଇଁ ଆଖୁ ମୂଲ୍ୟ ନିର୍ଦ୍ଧାରଣ ଯୋଜନା ଅନ୍ତର୍ଗତ କୃଷି ମୂଲ୍ୟ ଓ ଦର କମିଶନ (ସିଏସିପି)ଙ୍କ ସୁପାରିଶ ଅନୁଯାୟୀ ୨୦୧୮ ଅଗଷ୍ଟରେ ପ୍ରଦାନ କରାଯାଇଥିବା ରିପୋର୍ଟ ଆଧାରରେ ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଅସୁଲର ୧୦ ପ୍ରତିଶତ ଉଦ୍ଧ୍ୱର୍ରେ ପ୍ରତି ୦.୧ ପ୍ରତିଶତ ବୃଦ୍ଧି ପିଛା କ୍ୱିଂଟାଲ ପ୍ରତି ୨.୨୭ ଟଙ୍କା ପ୍ରିମିୟମ ପ୍ରଦାନ କରିବା ପାଇଁ ସିସିଇଏ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଲାଭ:
ଏହି ଅନୁମୋଦନ ଦ୍ୱାରା ଆଖୁ ଚାଷୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ମୂଲ୍ୟ ନିଶ୍ଚିତ କରାଯାଇ ପାରିବ । ଆଖୁ ନିୟନ୍ତ୍ରଣ ଆଦେଶ, ୧୯୬୬ ଅନୁଯାୟୀ ଆଖୁର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଥାଏ । ସମଗ୍ର ଦେଶରେ ସମାନ ଭାବେ ଏହି ମୂଲ୍ୟ ଲାଗୁ କରାଯିବ । ଆଖୁ ଚାଷୀମାନଙ୍କ ଉପଯୁକ୍ତ ପାରିଶ୍ରମିକ ପାଇବା ଅଧିକାରକୁ ଆଖି ଆଗରେ ରଖାଯାଇ ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ।

Leave A Reply

Your email address will not be published.