Latest Odisha News

ଏଥର ବିଗବସରେ ନଜର ଆସିବେ ବିଜେପିର ଏହି ନେତା, ଜାଣନ୍ତୁ

ମୁମ୍ବାଇ: ଅନେକ ଚର୍ଚ୍ଚିତ ତଥା ବିବାଦୀୟ ଚେହରାକୁ ପରଦା ଉପରକୁ ଆଣିବାରେ ରିଆଲିଟି ଶୋ’ ବିଗବସ ବେଶ ପରିଚିତ । ଏଥର ବିଗବସର ହଟ ଲିଷ୍ଟରେ ଅଛନ୍ତି ବିଜେପିରୁ ତଡା ଖାଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂ ଚମ୍ପିଆନ ।

କିଛି ଦିନ ତଳେ ଉତ୍ତରଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂ ଚମ୍ପିଆନ ମଦ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରୀୟ ନେତୃତ୍ୱରେ ଉତ୍ତରାଖଣ୍ଡ ବିଜେପି ବିଧାୟକଙ୍କୁ ୬ ବର୍ଷ ଲାଗି ଦଳରୁ ନିଲମ୍ବନ କରାଯାଇଥିଲା ।

ଏବେ ବିଧାୟକଙ୍କୁ ମିଳିଛି ବଡ ସୁଯୋଗ । ସଲମାନ୍ ଖାନଙ୍କ ଶୋ’ ‘ବିଗବସ’ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପ୍ରଣବ ସିଂହ ଚାମ୍ପିୟାନ  ।

ଅନ୍ୟପଟେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଅନିଲ ବାଲୁନୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିଧାୟକ ପ୍ରଣବ ସିଂ ଚାମ୍ପିଅନ କେବଳ ବନ୍ଧୁକ ଧରି ନାଚ ଗୀତ କରି ମସଗୁଲ ହେବା ଘଟଣା ନୁହେଁ ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ କରି ନିଲମ୍ବିତ ହୋଇଛନ୍ତି।

Leave A Reply

Your email address will not be published.