Latest Odisha News

BREAKING NEWS

ଆତଙ୍କ

ଆତଙ୍କ

ମୂଳ ରଚନା : ଅଗ୍ନି ଶେଖର
ଅନୁବାଦ : ପାରମିତା ଷଡ଼ଙ୍ଗୀ

କହିଥିଲ ତୁମେ-
କୁଣ୍ଡଳୀ ମାରି ବସିଛି ସେ
ମୋ ଲେଖନୀ ଉପରେ

ମୁଁ ବି ତୁମ କଥାରେ ଗଣ୍ଠି ବାନ୍ଧି ଦେଲି
ପଢିଲିନି ଖବର କାଗଜ
ଖାଲି ଫିଲ୍ମ୍ ଦେଖିଲି
କହିଲି ମିଛ,
ଗୁଲିଖଟି କଲି
ଅଧାରୁ ଅଧିକ ବୟସ ବିତାଇଲା ପରେ ବି
ଦେଖୁଥିଲି ସୁନ୍ଦରୀ ଝିଅମାନଙ୍କୁ
ଛାଡୁଥିଲି ଦୀର୍ଘ ନିଶ୍ଵାସ
ଯଯାତିଙ୍କ ପରି ଚାହୁଁଥିଲି ଯୌବନ

ନିଶ୍ଚିତ ଓ ଅସତର୍କପଣରୁ ଫେରି
ଦିନେ ବସିଲି ବହିମାନଙ୍କ ପାଖରେ
ଲେଖିବାର ଟେବୁଲରେ
ଠିକ୍ ସେ ସମୟରେ
ଦୂରଦର୍ଶନରେ ଖବର ଦେଉଥିଲା
ଗୋଟେ ଫିଦାୟିନ୍ ଦଳ
ସଂସଦ ଉପରେ ଆକ୍ରମଣ କରିଛନ୍ତି
ଟି.ଭି ବନ୍ଦ କରିଦେଲି

ଗଳିରେ ଯାଉଥିଲା ପରିବା ବାଲାଟେ
ତା ଡାଲାରେ
ଚମକୁଥିଲା ଗାଜର ଓ ମୂଳା
ଭାବିଲି ଲେଖବି ଗୋଟେ କବିତା
ଏଇସବୁକୁ ନେଇ
ଯାହା ବିକ୍ରି ହେଉଥିଲା ଗଳିରେ ଓ
ହଣାକଟା ହେଉଥିଲା ମୋ ଦେଶରେ
ଆମମାନଙ୍କ ପରି।

Leave A Reply

Your email address will not be published.