Latest Odisha News

BREAKING NEWS

ଓଡ଼ିଶା ଆସିବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯୋଶୀ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା କାଲି ସେ ପାରଦୀପ ବନ୍ଦର ଓ ତାଳଚରେ କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟ ପରିଦର୍ଶନ କରିବେ। ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖଣି ଅଧିକାରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଆଲୋଚନା କରିବେ।

ତା ପରେ ସେ ମହାନଦୀ କୋଲ ଫଲ୍ଡସ ଲିମିଟେଡ ଏମସିଏଲ ଏବଂ ନାଲକୋର ବିଭିନ୍ନ ପରିଚାଳନା କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।ଶେଷରେ କେନ୍ଦ୍ରମନ୍ତ୍ରୀ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ।ଏହା ପରେ କିଛି ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଭୁବନେଶ୍ୱର ଠାରେ ଆଲୋଚନା କରି ବା ପରେ ଦିଲ୍ଲୀ ଫେରିଯିବେ।

Comments are closed.