Latest Odisha News

UPSCର ନିର୍ଦେଶ, ଅକ୍ଟୋବରରେ ହେବ ମିଳିତ ଜିଓ ସାଇଣ୍ଟିଷ୍ଟ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ୧୭-୧୮ରେ ସମଗ୍ର ଭାରତରେ ମିଳିତ ଜିଓ-ସାଇଣ୍ଟିଷ୍ଟ (ମେନ୍) ପରୀକ୍ଷା-୨୦୨୦ କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପରିଚାଳନା କରିବା ନେଇ ସୂଚନା ମିଳିଛି ।

ଛାତ୍ରମାନଙ୍କ ସୁବିଧା ପାଇଁ ଆୟୋଗ ଏହାର ୱେବସାଇଟ୍ http://upsconline.nic.in ରେ  ସବିଶେଷ  ତଥ୍ୟ ଅପଲୋଡ୍ କରିଛନ୍ତି ।

ୟୁପିଏସି କର୍ତ୍ତୃପକ୍ଷ ପ୍ରାର୍ଥୀଙ୍କୁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ସୂଚନା ଦେଇଛନ୍ତି।

ଇ-ଆଡମିଟ୍ କାର୍ଡରେ କୌଣସି ତ୍ରୁଟି ହେଲେ, ତୁରନ୍ତ ଏହି ବିଷୟ ଇମେଲ ମାଧ୍ୟମରେ  (usgeol-UPSC (@) nic.in) ରେ କମିଶନଙ୍କୁ ଜଣାଇବାକୁ କୁହାଯାଇଛି ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାକେନ୍ଦ୍ର ପ୍ରବେଶ ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ବନ୍ଦ ହେବ ଅର୍ଥାତ୍ ପୂର୍ବାହ୍ନ ଅଧିବେଶନ ପାଇଁ ସକାଳ ୮.୫୦ ଏବଂ ଅପରାହ୍ନ ଅଧିବେଶନ ପାଇଁ ୧.୫୦ଘଣ୍ଟ ସମୟ ଠିକ କରାଯାଇଛି ।

Leave A Reply

Your email address will not be published.