Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବ୍ୟାନ୍ ହେଲା ଇ-ସିଗାରେଟ, ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: ଦେଶରେ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦୁଇଟି ବଡ଼ ଘୋଷଣା ବୁଧବାର ଦିନ କରିଛନ୍ତି । ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ରେଳକର୍ମଚାରୀଙ୍କୁ ୭୮ ଦିନ ବୋନସ ଦେବାକୁ ଅନ୍ୟ ଏକ ବଡ଼ ଘୋଷଣା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଦେଶର ଯୁବପୀଢିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିଦେଇ ଏହି ଇ-ସିଗାରେଟକୁ ବ୍ୟାନ୍ କରାଯାଇଛି । ଇ-ସିଗାରେଟର ଉପଯୋଗ, ଉତ୍ପାଦନ, ବିକ୍ରି, କ୍ରୟ, କାରଖାନା ଉପରେ ସମ୍ପୂର୍ଣ୍ଣ ନିଷେଧ ରହିବା ଲାଗୁ ହେଲା । ଇ-ସିଗାରେଟ ପ୍ରତି ଅଧିକ ମାତ୍ରାରେ ଚାହିଦା ବୃଦ୍ଧି ପାଇବା ଫଳରେ ଏହାକୁ ବ୍ୟାନ କରାଯାଇଛି ।

ଦେଶର ରେଳ କର୍ମଚାରୀମାନେ ପାଇବେ ୭୮ ଦିନ ବୋନସ୍ । ଏହାଫଳରେ ୧୧ ଲକ୍ଷରୁ ଅଧିକ ରେଳ କର୍ମଚାରୀ ଉପକୃତ ହୋଇପାରିବେ ।

Comments are closed.