Latest Odisha News

BREAKING NEWS

ଭଦ୍ରକ ବାସୁଦେବପୁରରେ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ସଶସ୍ତ୍ର ଡକାୟତି । ଘରର ମୁଖ୍ୟ ଗ୍ରିଲ ଖୋଲିବା ସହ କବାଟ ଭାଙ୍ଗି ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ ଏକୁଟିଆ ଥିବା ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ମଧୁସୂଦନପୁର ଗାଁର ଉମାକାନ୍ତ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଏକୁଟିଆ ଥିବା ବେଳେ, କବାଟ ଭାଙ୍ଗି ଘରେ ପଶିଥିଲେ ୭ରୁ ୮ ଜଣ ଦୁର୍ବୃତ୍ତ । ଦମ୍ପତିଙ୍କୁ ମାରଣାସ୍ତ୍ରର ଦେଖାଇ ଟଙ୍କା ଓ ସୁନା ଗହଣା ଆଦି ଲୁଟ କରି ବାହାରୁ କବାଟ ବନ୍ଦ କରି ପଳାଇ ଥିଲେ ଦୁର୍ବୃତ୍ତ । ପରେ ସେମାନଙ୍କ ଚିତ୍କାର ଶୁଣି ପଡୋଶୀ ମାନେ କବାଟ ଖୋଲି ଉଦ୍ଧାର କରିଥିଲେ । ଉମାକାନ୍ତଙ୍କ ସ୍ତ୍ରୀ ଆରତୀ ପୁଅର ନାମଲେଖା ପାଇଁ ଗତକାଲି ଆଣିଥିବା ୧ ଲକ୍ଷ ୨୦ ହଜାର ଟଙ୍କା ସମେତ ପାଖରେ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ଓ ଘରେ ଥିବା ସମସ୍ତ ସୁନା ଗହଣାକୁ ଦୁର୍ବୁତ୍ତ ମାନେ ଲୁଟ କରି ନେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.