Latest Odisha News

BREAKING NEWS

‘ଆମେ କେବଳ ରିଲ୍ ନିର୍ମାତା ନୁହଁ, କାମ ମଧ୍ୟ କରୁଛୁ’

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଗିଗଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହୁଥିବା ସମୟରେ ତାଙ୍କୁ ରିଲ ମନ୍ତ୍ରୀ ବୋଲି କହି ଥଟ୍ଟା ପରିହାସ କରିଥିଲେ ଜଣେ ବିରୋଧୀଦଳ ସାସଂଦ । ଯାହାକୁ ନେଇ ନିଜର ମତ ରଖିଛନ୍ତି ରେଳ ମନ୍ତ୍ରୀ ।

ସେ କହିଛନ୍ତି ଯେ, ଆମେ କେବଳ ରିଲ୍ ପ୍ରସ୍ତୁତ କରୁନୁ, ଆମେ କାମ ମଧ୍ୟ କରୁଛୁ । ରେଳ ଦୁର୍ଘଟଣାରେ ବିରୋଧୀଙ୍କ କଟକ୍ଷକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯେଉଁମାନେ ଏଠାରେ ପାଟିତୁଣ୍ଡ କରୁଛନ୍ତି ସେମାନଙ୍କୁ ପଚାରୁଛିଯେ, ସେମାନେ କ୍ଷମତାରେ ଥିବା ୫୮ ବର୍ଷ ମଧ୍ୟରେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ (ଏଟିପି) କାହିଁକି ସ୍ଥାପନ କରିପାରିଲେ ନାହିଁ? ରେଳ ଦୁର୍ଘଟଣାରେ ସେ କହିଛନ୍ତି ଯେ, ଗୋଟିଏ ଦୁର୍ଘଟଣା ମଧ୍ୟ ଖରାପ ଅଟେ । ୟୁପିଏର କାର୍ଯ୍ୟକାଳ ସମୟରେ, ବାର୍ଷିକ ୧୭୧ ଦୁର୍ଘଟଣା ଘଟିଥିଲା ​​ହେଲେ ଏହାକୁ ଆମେ ଏବେ ପ୍ରାୟ ୬୮ ପ୍ରତିଶତ ହ୍ରାସ କରିଛୁ ।

ସୂଚନାଯୋଗ୍ୟ, ଗୃହରେ ଯେତେବେଳେ ଅଶ୍ୱିନୀ ବୈଷ୍ଣବ ବକ୍ତବ୍ୟ ରଖୁଥିଲେ ସେତବେଳେ ବିରୋଧୀ ଅନେକ ହୋହଲ୍ଲା କରିଥିଲେ । ଏହି ସମୟରେ ରେଳ ମନ୍ତ୍ରୀ ରାଗିଯାଇ ସେମାନଙ୍କୁ ଚୁପ୍ ବସିବାକୁ କହିଥିଲେ । ଆଉ ଏମାନେ କିଛି ବି କହୁଛନ୍ତି ବୋଲି କହି ସେମାନଙ୍କୁ ବାରମ୍ବାର ଚୁପ୍ କରାଉଥିଲେ । ଏହା ପରେ ସେ ବାଚସ୍ପତି ଓମ ବିର୍ଲାଙ୍କୁ କହିଥିଲେ, ଏହା କି ପ୍ରକାର ଶୈଳୀ, ଏମାନେ ଗୃହରେ କିଛି ବି କହିଦେଉଛନ୍ତି ।

Comments are closed.