Latest Odisha News

BREAKING NEWS

ସରକାରୀ ବାବୁଙ୍କୁ ମାଡ ମାରି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ

ଭୁବନେଶ୍ୱର: ସରକାରୀ ବାବୁଙ୍କୁ ମାଡ ମାରି ଅଡୁଆରେ କେନ୍ଦ୍ର ମନ୍ତ୍ରୀ । ସରକାରୀ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ପ୍ରଥମେ ଥାନାରେ ମାମଲା ଆଉ ଏବେ ତାଙ୍କ ବହିଷ୍କାର ଦାବି ଜୋର ଧରିଛି । ଏ ନେଇ ଆଜି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ଗତ ୨୧ ତାରିଖର ଘଟଣା । ଜିଲ୍ଲା ଜୋନ ଓ ନିରୀକ୍ଷଣ ବିଭାଗର ଉପ-ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମାହପାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ । ଫଳରେ ଦୁହେଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଏହି ଘଟଣାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତୀବ୍ର ନିନ୍ଦା କରିଛନ୍ତି ।

ମୟୁରଭଂଜରେ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ ମରା ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଏ ନେଇ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଥାଶୀଘ୍ର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ର୍କ୍ୟାାନୁଷ୍ଠାନ ଗ୍ରହଣ ନକରାଗଲେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବାକୁ ଅଫିସର୍ସ ଆସୋସିଏସନ୍ ଚେତାବନୀ ଦେଇଛି ।

ସରକାରୀ କର୍ମଚାରୀଙ୍କୁ ମାଡ ମାରି ହାତ ଭାଙ୍ଗିଲେ କେନ୍ଦ୍ର ମନ୍ତ୍ରୀ । ଘଟଣାର ତଦନ୍ତ ସହ ବହିସ୍କାର ଦାବି ଜୋର ଧରିଥିଲାବେଳେ ରାତାରାତି ଦିଲ୍ଲୀ ପଳାଇଥିଲେ ବିଶେଶ୍ୱର ଟୁଡୁ । ତାଜା ସ୍ଥିତିରେ ପଂଚାୟତ ନିର୍ବାଚନର ମାହୋଲ ରହିଛି । ଏପରି ସ୍ଥିତିରେ ଏହି ଘଟଣାକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Comments are closed, but trackbacks and pingbacks are open.