Latest Odisha News

BREAKING NEWS

ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ଭାବେ ସାମିଲ ହେଲା ଓଡ଼ିଶାର କୋଣାର୍କ ମନ୍ଦିର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ସୂଚନା ଦେଇ କହିଛନ୍ତି, ଯେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ କୋଣାର୍କ ମନ୍ଦିର ଅନ୍ତର୍ଭୁକ୍ତ ହେବା ପରେ ଭାରତର ଆଇକନିକ୍ ଟୁରିଷ୍ଟ ସାଇଟ୍ ସଂଖ୍ୟା ୧୯ ରେ ପହଞ୍ଚିଛି।

ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର ମଙ୍ଗଳବାର ଦିନ ରାଜ୍ୟସଭାରେ ଭାରତର ୧୭ ଟି ଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ ଓଡିଶା କେବେ ଅନ୍ତର୍ଭୁକ୍ତ ହେବ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଥିଲେ ଯେ ବର୍ତ୍ତମାନ ଭାରତରେ ଥିବା ୧୭ ଟି ଆଇକନିକ୍ ଟୁରିଷ୍ଟ ସାଇଟ୍ ଏବେ ୧୯ଟିରେ ସମ୍ପ୍ରସାରିତ ହୋଇଛି ଏବଂ ଏହା ମଧ୍ୟରେ ଓଡିଶାର ଏକ ମନ୍ଦିର ଅନ୍ତର୍ଭୁକ୍ତ ରହିଛି।

ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ୧୭ ଟିଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ ଓଡିଶାର ମନ୍ଦିରକୁ ଅନ୍ତର୍ଭୁକ୍ତ କରିବା ନେଇ ଏକ ପତ୍ର ଲେଖିଥିଲେ, ଯାହାକୁ କି ପର୍ଯ୍ୟଟନ ମନ୍ତ୍ରୀ ନିଶ୍ଚିତ କରିଛନ୍ତି ।

ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିଟିକୁ ଦର୍ଶାଇ ଆଇକନିକ୍ ଟୁରିଷ୍ଟ ସାଇଟରେ ଓଡିଶାକୁ ଅନ୍ତର୍ଭୁକ୍ତ କରିବାର ଦାବି ରଖିଥିଲେ।

Comments are closed.