ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଅବସରରେ ଯୋଗଦେଇ ଶୁଭ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମାରୋହରେ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସ୍ମରଣୀକା ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଅଧକ୍ଷ ରାଧାନାଥ ବେହେରାଙ୍କ ଦ୍ୱାରା ମହାବିଦ୍ୟାଳୟର ଇତିହାସ ଉପରେ ଲିଖିତ ବହି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଏହି ସମାରୋହରେ ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ କରିବା ପରିବର୍ତ୍ତେ ସରକାରୀ କଲେଜ କରାଯାଉ । ଏଥିସହିତ ସରକାରୀ ମହାବିଦ୍ୟାଳୟ କରିବାକୁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ । ସେହିପରି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ୱୟଂଶାସିତ କରିବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରଖିଥିଲେ ମତ । ତେବେ ନବରଙ୍ଗପୁର ମହାବିଦ୍ୟାଳୟ ସ୍ୱୟଂଶାସିତ ହେବ ନାଁ ସରକାରୀ ସେନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଭିନ୍ନ ଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଏହି ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ । ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସମେତ ବହୁ ବିଧାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
Comments are closed.