Latest Odisha News

OPSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

କଟକ: ଆପଣ କଣ ଚାକିରି ଖୋଜୁଛନ୍ତି କି ? ଯଦି ହଁ ତେବେ ଏ ଖବର ଆପଣଙ୍କ ପାଇଁ । OPSC- ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞାପନ ବାହାରିଛି । ଗ୍ରୁପ୍ ବି ଷ୍ଟାଟିଷ୍ଟିକାଲ ଅଫିସର ପଦରେ ୩୩ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଆଶାୟୀ ଆବେଦନକାରୀ https://www.opsc.gov.in/ ରେ ଅନଲାଇନ୍ ଆବେଦନ କରିବେ ।

୨୦୨୨ ଡିସେମ୍ବର ୩୦ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ୨୦୨୩ ଜାନୁଆରୀ ୩୦ ତାରିଖ ଯାଏ ଚାଲିବ । ୩୩ଟି ପଦରୁ ସାଧାରଣ ବର୍ଗ ପାଇଁ ୧୯ଟି ପଦ (୬ ଜଣ ମହିଳା) ରହିଥିବା ବେଳେ ଆର୍ଥିକ ପଛୁଆ ବର୍ଗ ପାଇଁ ୨ ଜଣ ମହିଳା, ଅନୁସୂଚିତ ଜାତି ପାଇଁ ୫ଟି (ଜଣେ ମହିଳା) ଓ ଅନୁସୂଚିତ ଜନଜାତି ପାଇଁ ୭ଟି ପଦ (୨ ଜଣ ମହିଳା) ସଂରକ୍ଷିତ ରହିଛି । ଜଣେ ଭିନ୍ନକ୍ଷମଙ୍କ ଲାଗି ଗୋଟିଏ ପଦ ରହିଛି ।

ଆବେଦନ କରିବା ଲାଗି ସର୍ବନିମ୍ନ ବୟସ ସୀମା ୨୦୨୨ ଜାନୁଆରୀ ୧ ସୁଦ୍ଧା ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ ହୋଇଥିବା ଆବଶ୍ୟକ । ଆର୍ଥିକ ସାମାଜିକ ପଛୁଆ, ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ବୟସ ୫ ବର୍ଷ କୋହଳ ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ବୟସ ୧୦ ବର୍ଷ କୋହଳ କରାଯିବ ।

ଶିକ୍ଷାଗତ ଯୋଗ୍ୟତା ?

ଗଣିତ, ଷ୍ଟାଟିଷ୍ଟିକ୍ସ, କମ୍ପ୍ୟୁଟର ଆପ୍ଲିକେସନ୍, ଫିଜିକ୍ସ, ଇକୋନୋମିକ୍ସ, ଆପ୍ଲାଏଡ୍ ଇକୋନୋମିକ୍ସ, ଏଗ୍ରିକଲଚରାଲ ଇକୋନୋମିକ୍ସ, ସୋସିଓଲୋଜି ଓ ଇକୋନୋମେଟ୍ରିକ୍ସରେ ଅନର୍ସ ଥାଇ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ଆବେଦନ କରି ପାରିବେ । ଆବେଦନ ପାଇଁ କୌଣଶି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଷ୍ଟାଟିଷ୍ଟିକାଲ ଅଫିସର ପାଇଁ ୪୦୦ ମାର୍କର ଲିଖିତ ଓ ୧୦୦ ମାର୍କର ଭାଇଭା ଟେଷ୍ଟ ହେବ । ଲିଖିତ ପରୀକ୍ଷାରେ ୨ଟି ପେପର ରହିବ । ପ୍ରଥମ ପେପର ପାଇଁ ୨ ଘଣ୍ଟା ଓ ଦ୍ୱିତୀୟ ପେପର ପାଇଁ ୩ ଘଣ୍ଟା ପରୀକ୍ଷା ସମୟ ରହିବ । କଟକ କିମ୍ବା ଭୁବନେଶ୍ୱରରେ ପରୀକ୍ଷା ହେବ ।

Leave A Reply

Your email address will not be published.