Latest Odisha News

ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟସ୍ତରରେ ସ୍ୱୀକୃତିଦେଉଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ। ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବହୁଳ ପ୍ରଚାର ପ୍ରସାର ହେବ ବୋଲି ସେ କହିଛନ୍ତି।

ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି, କୋରାପୁଟ ଜିଲ୍ଲାରେ ଜନଜାତି ସମୁଦାୟଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା କଳାଜିରା ଚାଉଳ, ମୟୂରଭଞ୍ଜର କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼ ସମେତ ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌ ଓ ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମାନ୍ୟତା ମିଳିବା ଖୁବ୍ ଗର୍ବର ବିଷୟ। ଓଡ଼ିଶାରେ ଉତ୍ପାଦିତ ହେଉଥିବା ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ତଥା କଳା ଏବଂ ଉତ୍ପାଦର ସ୍ଥାନ ସ୍ୱତନ୍ତ୍ର । ଏ ସବୁର ପ୍ରଚାର ପ୍ରସାର ସହ ବିଶ୍ୱବିଦିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟ ସ୍ତରରେ ସ୍ୱୀକୃତି ଦେଇ ସ୍ଥାନୀୟ ଅର୍ଥନୀତି ବଢାଇବା ଦିଗରେ ନିରନ୍ତର ସମର୍ଥନ ଦେଉଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Comments are closed.