Latest Odisha News

BREAKING NEWS

କରୋନାଭାଇରସ: କ୍ୱାରେଣ୍ଟାଇନରେ ରହିଲେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଥିରୁବନନ୍ତପୁରମରେ ଡାକ୍ତରଙ୍କ ସହ ଏକ ବୈଠକ ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପରେ ସେହି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ରାଜ୍ୟ ବିଦେଶ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କେନ୍ଦ୍ରମନ୍ତ୍ରୀ ନିଜକୁ ସଂସଦରୁ ଦୂରେଇ ରଖିଛନ୍ତି ତଥା ବିଜେପି ସଂସଦୀୟ ବୈଠକରେ ସାମିଲ ହେଉ ନାହାଁନ୍ତି । ରବିବାର ଦିନ ଉକ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସହିତ କାମ କରୁଥିବା ୭୬ଜଣଙ୍କୁ ମଧ୍ୟ ହୋମ ଆଇସୋଲେସନରେ ରଖାଯାଇଛି ।

Comments are closed.