Latest Odisha News

ଆସନ୍ତାକାଲି ‘ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହା ନବୋନ୍ମେଷ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା, ଶବ୍ଦାବଳୀର ବିକାଶ ଏବଂ ମୌଖିକ ଓ ଲିଖିତ ଦୁଇ ପ୍ରକାର ମାଧ୍ୟମରେ ଅଭିବ୍ୟକ୍ତି ବ୍ୟକ୍ତ କରିବା କ୍ଷମତାର ବିକାଶ କରିଥାଏ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡିବାରେ ସହାୟକ ହେବ ।

ବାଳବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ । ପଠନ ଅଭିଯାନ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରରେ ସମସ୍ତ ହିତାଧିକାରୀଙ୍କ ଭାଗିଦାରୀତା ହାସଲ କରିବା ପଠନ ଅଭିଯାନର ଉଦ୍ଦେଶ୍ୟ । ୧୦୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ୧୪ ସପ୍ତାହ ଧରି ଚାଲିବ ।

ବୟସ ଅନୁସାରେ ସାପ୍ତାହିକ କ୍ୟାଲେଣ୍ଡର ସହିତ ପଠନ ଅଭିଯାନ ଉପରେ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । କାର୍ଯ୍ୟକଳାପ ଗୁଡିକ ଶିକ୍ଷକଙ୍କ ସହାୟତାରେ ଅଥବା ମାତାପିତା, ଭାଇ, ଭଉଣୀ କିମ୍ବା ପରିବାରର ଅନ୍ୟ ସଦସ୍ୟ ମାନଙ୍କର ସାହାଯ୍ୟ ମାଧ୍ୟମରେ ସମ୍ପନ୍ନ କରାଯାଇ ପାରିବ । ଅଭିଯାନକୁ ପ୍ରଭାବଶାଳୀ କରିବା ନିମନ୍ତେ, ଡିଜାଇନ୍ କରାଯାଇଥିବା କାର୍ଯ୍ୟକଳାପକୁ ସରଳ ଏବଂ ଆନନ୍ଦଦାୟକ କରାଯାଇଛି ।

Comments are closed.