Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର କ୍ଷତିଗ୍ରସ୍ତ

ପାଟନା: ବିହାର ନିର୍ବାଚନ ପ୍ରଚାର ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହେଲିକପ୍ଟରର ସମସ୍ତ ପଙ୍ଖା କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏକ ବଡ ଦୁର୍ଘଟଣାରୁ ରବିଶଙ୍କରଙ୍କ ସମେତ ଅନ୍ୟମାନ ବର୍ତିଯାଇଛନ୍ତି । ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଏହାର ପଙ୍ଖା ତାରରେ ମାଡ ହୋଇଥିଲା ।

ସୂଚନାଯୋଗ୍ୟ, ପାଟନା ବିମାନବନ୍ଦରର ଆଧୁନିକୀକରଣ ହେଉଛି । ରବିଶଙ୍କରଙ୍କ ବ୍ୟତୀତ ମଙ୍ଗଳ ପାଣ୍ଡେ, ସଞ୍ଜୟ ଝା ପ୍ରମୁଖ ହେଲିକପ୍ଟରରୁ ବାହାରି ଆସିବା ପରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କେହି ଆଘାତପ୍ରାପ୍ତ ହୋଇ ନାହାନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି ।

Leave A Reply

Your email address will not be published.