Latest Odisha News

ଚେନ୍ନାଇର ଭଲ ବ୍ୟାଟିଂ : ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରିଛି । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ଟାର୍ଗେଟ ରହିଛି । ଫାପ୍ ଡୁ ପ୍ଲେସିସ(୫୮) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଶେନ ୱାଟସନ ୩୫, ଅମ୍ବାତି ରାୟୁଡୁ ୪୫ ନଟଆଉଟ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ୩୩ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଏନରିଚ ନର୍ଟେଜ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.