Latest Odisha News

BREAKING NEWS

ଚେନ୍ନାଇରେ ୪.୧୪ କେଜି ସୁନା ଜବତ, ଚୋର ଏହାକୁ ମଳଦ୍ୱାରରେ ଲୁଚାଇ ରଖିଥିଲେ

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରେ ୪.୧୪ କେଜି ମୂଲ୍ୟର ସୁନା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨.୧୬ କୋଟି ଟଙ୍କାର ହେବ । କଷ୍ଟମ ଏୟାର ଇଟେଂଲିଜେନ୍ସ ଅଧିକାରୀଙ୍କଠାରୁ ମିଳିଥିବା ଖବର ମୁତାବକ ଶୁକ୍ରବାର ରାତିରେ ୨ଟି ବିମାନ ଦୁବାଇରୁ ଆସିଥିଲା । ଏଥିରେ ୧୪ଜଣ ବ୍ୟକ୍ତି ସୁନା ଚୋରା ଚାଲାଣ କରୁଥିବା ନେଇ ସୂଚନା ଥିଲା ।

କଷ୍ଟମ ଅଧିକାରୀ ପଚରାଉଚରା ଓ ତନଖି କରିବାରୁ ୩୮ ବଣ୍ଡଲ ସୁନା ପେଷ୍ଟ ଜବତ ହୋଇଥିଲା । ଯାହାକୁ ସ୍ମଗଲରମାନେ ମଳଦ୍ୱାରରେ ଲୁଚାଇ ରଖିଥିଲେ । ସେମାନଙ୍କୁ ୧୯୬୨ କଷ୍ଟମ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି ।

Leave A Reply

Your email address will not be published.