Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଙ୍ଗଳବାର ଦିନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସେ କହିଛନ୍ତି ଯେ, “ମୋର କରୋନା ରିପୋର୍ଟ ପଜିଟିଭ ଆସିଛି “। ମୋର ମୌଣସି ପ୍ରକାରର ଲକ୍ଷଣ ନାହିଁ, ମୁଁ ଅନୁରୋଧ କରୁଛି ଯେ ମୋ ସହ ଯୋଗାଯୋଗ କରିଥିବା ସମସ୍ତ ବ୍ୟକ୍ତି ଦୟାକରି କୋଭିଡ୍‌ ନିୟମ ପାଳନ କରନ୍ତୁ। ଏହାସହିତ ଆମେ ଏକାଠି ହୋଇ ଏହି ମହାମାରୀକୁ ହରେଇବା ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି।

ସେ ଜଣେ ଭାରତୀୟ ରାଜନେତା ଏବଂ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଦାୟିତ୍ୱ ନିର୍ବାହ କରୁଛନ୍ତି।

Comments are closed.