Latest Odisha News

BREAKING NEWS

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି, ୟୁଜିସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ସମ୍ୱଲପୁର : ୟୁଜିସି ପାଠ୍ୟକ୍ରମରେ ନୂଆ ଯୋଜନା । ଏଥର ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର। ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରେଢ଼ାଖୋଲରେ ଗାନ୍ଧିଜୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏପରି କହିଥିଲେ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କ ଜୀବନି ଉପରେ ଗବେଷଣା କରାଯିବ । ଭୀମ ଭୋଇଙ୍କ ଉପରେ ଗବେଷଣା କରିବେ ବିଶିଷ୍ଟ ଦାର୍ଶନିକ ।

ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରାରେ ଆସି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ବିଜେପି କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

 

Leave A Reply

Your email address will not be published.