ଯୁବ ଲେଖକଙ୍କୁଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ପାଇଁ ପ୍ରେରଣା ଯୋଗାଉ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କଳିଙ୍ଗ ସାହିତ୍ୟ ମହୋତ୍ସବର ପଂଚମ ସଂସ୍କରଣ ଭାରତର ସାହିତ୍ୟ, ରାଜନୀତି, ଲୋକସେବା ଓ ଗଣମାଧ୍ୟମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଓ ଏହି ମହୋତ୍ସବକୁ ଏକ ଆନ୍ତର୍ଜାତିକମାନର କରାଇବା ଦିଗରେ କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ମହୋତ୍ସବ ନୂତନ ଓ ଯୁବ ଲେଖକଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିô କରିବା ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଶ୍ରୀଯୁକ୍ତ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।
ଉଦଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆୟୋଜନକାରୀଙ୍କୁ ଅନୁରୋଧ କରୁଛି ଯେ ଏହି ମହୋତ୍ସବ କେବଳ ଗୋଟିଏ ସମାରୋହରେ ସୀମିତ ହୋଇ ନରହିଯାଉ । ଏହା ସମାଜର ଆଗାମୀପିଢୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେଉ ଓ ଏହା ଯୁବ ଲେଖକମାନଙ୍କର ସମସ୍ତ ସ୍ୱପ୍ନକୁ ପୂରଣ କରୁ ଓ ସେମାନେ ଓଡିଶା ଏବଂ ଭାରତ ପାଇଁ ପ୍ରତିନିଧିô କରନ୍ତୁ ।
କଳିଙ୍ଗ ସାହିତ୍ୟ ମହୋତ୍ସବ କେବଳ ଓଡିଆ ସାହିତ୍ୟ ଉପରେ ଆଲୋକପାତ କରି ନ ଥାଏ ବରଂ ଏଥିରେ ସମଗ୍ର ଭାରତରୁ ଓ ଭାରତ ବାହାରୁ ଲେଖକମାନେ ମଧ୍ୟ ଯୋଗ ଦେଇଥାନ୍ତି । ସେଥିପାଇଁ ଓଡିଆର ସାହିତ୍ୟ ଓ ସାହିତ୍ୟିକଙ୍କର ମହିମାନ୍ୱ୍ିତ ଐତିହ୍ୟକୁ ସମଗ୍ର ଦେଶ ଆଗକୁ ଆଣିବାପାଇଁ କଳିଙ୍ଗ ସାହିତ୍ୟ ମହୋତ୍ସବ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ମଧ୍ୟ କହିଛନ୍ତି ଯେ, ଜାତୀୟ ସ୍ତରରେ ସାହିତ୍ୟରେ ସମ୍ମାନିତ ହୋଇଥିବା କିଛି ଓଡିଆ ଲେଖକଙ୍କ ରଚନା ବିଷୟରେ ଏହିପରି ମହୋତ୍ସବରେ ଆଲୋଚନା ଓ ପ୍ରଶଂସା ହେବା ଆବଶ୍ୟକ । ଫଳରେ ଏହା ଆଗାମୀ ବହୁବର୍ଷ ଧରି ଓ ଅନେକ ପିଢ଼ି ପର୍ଯ୍ୟନ୍ତ ଯୁବସାହିତ୍ୟିକମାନଙ୍କୁ ପ୍ରେରଣା ଯୋଗାଇବ । ମହୋତ୍ସବରେ ଉପସ୍ଥିତ ସମସ୍ତ ସାହିତ୍ୟିକଙ୍କୁ କଳିଙ୍ଗର ଐତିହ୍ୟ ଉପରେ ଲେଖିବା ପାଇଁ ଅନୁରୋଧ କରିଥିଲେ ।
ଭାରତୀୟ ପୌରାଣିକ କାହାଣୀ ଉପରେ ଉପନ୍ୟାସ ଲେଖି ପ୍ରସିଦ୍ଧି ଲାଭ କରିଥିବା ଲେଖକ ଶ୍ରୀଯୁକ୍ତ ଅମିଶ ତ୍ରିପାଠୀ କହିଥିଲେ ଯେ, ପ୍ରାଚୀନ କଳିଙ୍ଗର ସ୍ଥାପତ୍ୟ କେବଳ ପୂର୍ବ ଭାରତରେ ନୁହେଁ ସମଗ୍ର ଭାରତରେ ପ୍ରସାର ହୋଇଥିଲା । ଏହି ମହାନ ଐତିହ୍ୟ ବିଷୟରେ ଆଗାମୀପିଢି ଜାଣିବା ନିହାତି ଆବଶ୍ୟକ । ଯେହେତୁ ମୁଁ ପିଲାବେଳୁ ଓଡିଶା ମାଟିରେ ବଢିଛି ତେଣୁ କଳିଙ୍ଗ ରାଜା ଖାରବେଳ ଓ କଳିଙ୍ଗର ଐତିହ୍ୟ ବିଷୟରେ ଲେଖିବା ମୋ କର୍ତବ୍ୟ ।
ଏହି ସାହିତ୍ୟ ଉତ୍ସବର ମୁଖ୍ୟ ସମ୍ଭାଷଣରେ ଜନତା ଦଳ (ୟୁନାଇଟେଡ଼) ନେତା ପବନ ବର୍ମା ସମାଜରେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ,ଭାଷା କେବଳ କଥାବାର୍ତାର ଏକ ମାଧ୍ୟମ ନୁହେଁ, ବରଂ ଏହା ଉକ୍ତ ସଂସ୍କୃତିର ଏକ ବାହକ ମଧ୍ୟ । ସେହିପରି ସମାଜ ଓ ସାହିତ୍ୟ ସମ୍ପର୍କରେ ବର୍ଣ୍ଣନା କରି ସେ କହିଥିଲେ ଯେ ଯଦି ଜଣେ ନିଜସ୍ୱ ସଂସ୍କୃତି ସହିତ ଭଲ ଭାବେ ଜଡ଼ିତ ରୁହେ, ତେବେ ଅନ୍ୟ ସଂସ୍କୃତିର କାହା ସହିତ ମିଶିବା ସହଜ ହେଇଥାଏ । ସେ ଏକଥା ମଧ୍ୟ କହିଥିଲେ ଯେ ସାହିତ୍ୟରେ ସ୍ୱପ୍ନ ସହିତ ବାସ୍ତବତା ପ୍ରତିଫଳିତ ହେବା ଏକାନ୍ତ ଆବଶ୍ୟକ ।
ବିଖ୍ୟାତ ଓଡିଆ ଲେଖିକା ଡ. ପ୍ରତିଭା ରାୟ କହିଥିଲେ ସାହିତ୍ୟ କେବେବି ଭାଷା ରୂପକ ସୀମାରେଖା ମଧ୍ୟରେ ବାନ୍ଧି ହୋଇ ରୁହେନି, ବରଂ ଏହା ହେଉଛି ଏକ ମୁକ୍ତାକାଶ ଯେଉଁଠି ଜଣେ ସାହିତ୍ୟିକ ନିଜ ଭାବନକୁ ର୍ନିଦ୍ଦ୍ୱନ୍ଦରେ ପରିପ୍ରକାଶ କରିପାରେ । ଓଡିଆ ସାହିତ୍ୟର ଅନ୍ୟତମ ବିଖ୍ୟାତ ଲେଖିକା ପ୍ରତିଭା ଶତପଥି କହିଥିଲେ ଯେ ଲେଖକ ହୁଏତ କଷ୍ଟରେ ରହିପାରେ ମାତ୍ର ସେ ତାର ଲେଖା ମାଧ୍ୟମରେ ପାଠକ ମନକୁ ଶାନ୍ତି ଓ ଆନନ୍ଦ ଦେଇଥାଏ । ଏଥି ସହିତ ଏକ ସୁନ୍ଦର କବିତା ସହିତ ସେ ନିଜ ବକ୍ତବ୍ୟ ଶେଷ କରିଥିଲେ ।
କଳିଙ୍ଗ ସାହିତ୍ୟ ମହୋତ୍ସବର ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ପଦ୍ମଜ ପାଳଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡିଆ), ଶ୍ରୀଯୁକ୍ତ ଅମିଶ ତ୍ରିପାଠୀଙ୍କୁ କଳିଙ୍ଗ ଅନ୍ତର୍ଜାତିକ ସାହିତ୍ୟ ସମ୍ମାନ ଏବଂ ଭାରତର ପୂର୍ବତନ ବୈଦେଶିକ ସଚିବ ନିରୂପମା ରାଓଙ୍କୁ କଳିଙ୍ଗ କାରୁବାକୀ ସମ୍ମାନ ପ୍ରଦାନ କରଯାଇଥିଲା । ସାହିତ୍ୟରେ ନିଜର କାଳଜୟୀ କାର୍ଯ୍ୟ ପାଇଁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ମାନ ପ୍ରଦାନ କରିଥିଲେ ।
ଏହି ତିନିଦିନିଆ ମହୋତ୍ସବରେ ଓଡିଶାର ବିଭିନ୍ନ ରାଜ୍ୟରୁ ବହୁ ଯୁବ ସାହିତ୍ୟିକ ମାନଙ୍କୁ ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପାଇଁ କଳିଙ୍ଗ ସାହିତ୍ୟ ଯୁବ ସମ୍ମାନ ପ୍ରଦାନ କରାଯିବ । ଓଡିଶାର ଛୋଟ ଛୋଟ ସହରରୁ ମଧ୍ୟ ବହୁ ଯୁବ ସାହିତ୍ୟିକ ମାନଙ୍କଠାରୁ ଏହି ଉତ୍ସବ ପାଇଁ ଆଗ୍ରହ ଓ ଉକ୍ରଣ୍ଠା ଦେଖିବାକୁ ମିଳୁଛି ।
ସାମାଜିକ ସମାନତା ତଥା ମାନବଜାତି ଉପରେ ସାହିତ୍ୟର କଣ ଭୂମିକା ରହିଛି ଏହି ବିଷୟରେ ଉକ୍ତ ମହୋତ୍ସବରେ ଆହୁରି ୩୦୦ ଲେଖକ, କବି, ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଅଭିଭାଷଣ ରଖିବେ ।
ଏହି ମହୋତ୍ସବ ଅନ୍ତର୍ଭୁକ୍ତ କଳିଙ୍ଗ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେବା ପାଇଁ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୪୦ କଳାକାରମାନେ ଆଗ୍ରହ ପ୍ରକାଶ କରିଥିଲେ । ଏହି ସାହିତ୍ୟ ଉତ୍ସବରେ ଚିତ୍ରକଳା ପ୍ରତି ଆଗ୍ରହ ଓ ଆଦୃତି ପାଇଁ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନମାନଙ୍କରେ କଳାକାର ଓ ବିଶେଷଜ୍ଞମାନେ ସେମାନଙ୍କ ପେଶା, କଳା ଓ ସାହିତ୍ୟ ମଧ୍ୟରେ ଥିବା ସମ୍ବନ୍ଧ ସମ୍ପର୍କରେ ଚର୍ଚ୍ଚା କରିବେ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବେ ।
କବିତା ପାଠ ଅଧିବେଶନରେ ବହୁ କବି ମାନେ ଓଡିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗାଳୀ ଭାଷାରେ କବିତା ପାଠ କରିଥିଲେ । କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା କହିଛନ୍ତି ଯେ ଏହି ମହୋତ୍ସବ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାହିତ୍ୟ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିପାରିବ । ସାହିତ୍ୟ ଜଗତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବ ସାହିତ୍ୟିକ ମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବା ପାଇଁ ଏହା ଏକ ନୂତନ ପ୍ରୟାସ ।
Comments are closed.