Latest Odisha News

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ : ଆଜି ମିଳିଛି ପ୍ରଭାତ ବିଶ୍ୱାଳଙ୍କୁ ଜାମିନ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପୂର୍ବ ସର୍ତ୍ତାନୁସାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ୨୦ ଲକ୍ଷ ଟଙ୍କା ରାଶି ମୁଚାଲିକାରେ ଦାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏଥିସହିତ ୫ ଲକ୍ଷ ଟଙ୍କାର ଦୁଇଜଣ ଜାମିନଦାରଙ୍କ ଦ୍ୱାରା ମୁକୁଳିପାରିବେ ଜେଲରୁ ।

ମଙ୍ଗଳବାର ଅପରାହ୍ନରେ ଆଜି ଚୌଦାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଲାଗି ହାଇକୋର୍ଟ ପରିସର ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା । ଅଦାଲତ ବାହାରେ ଭିଡ଼ ଜମିବା ସହିତ ତାଙ୍କର ନିର୍ବାଚନ ମଣ୍ଡଳୀର ବହୁ ପ୍ରଶଂସକ, ବୁଦ୍ଧିଜୀବି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ରହିଥିଲେ ।

ଆଜି ଓଡ଼ିଶା ହାଇକୋର୍ଟ ବାହାରେ ବେଶ୍ ଉତ୍ସୁକତା ପରିଲକ୍ଷିତ ହୋଇଥିବା ଦେଖାଯାଇଥିଲା । ପ୍ରଭାତ ବିଶ୍ୱାଳଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରି ବିଭିନ୍ନ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା ।

ଚୌଦ୍ୱାର-କଟକର ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଛି ଆଶ୍ୱସ୍ତି । ସେ ଗଣମାଧ୍ୟକୁ ବିଭିନ୍ନ ପ୍ରଶ୍ନର ଉତ୍ତରରେ କେବଳ ଗୋଟିଏ କଥା କହିଥିଲେ, “ମୁଁ ଜାମିନ ପାଇଥିବାରୁ ମାନ୍ୟବର ହାଇକୋର୍ଟଙ୍କୁ କୃତଜ୍ଞତା ଜଣାଉଛି” । ଅନେକ ଦିନ ପରେ ବିଧାୟକ ପ୍ରଭାତ ବିଶ୍ୱାଳ ଟିକେ ଖୁସି ଅନୁଭବ କରୁଥିବା ଦେଖାଯାଇଥିଲା ।

ସୂଚନାଯୋଗ୍ୟ, ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ ୨ମାସ ପାଇଁ ସର୍ତ୍ତମୂଳକ ଜାମିନ ଆବେଦନ ପ୍ରଦାନ କରିଥିଲେ ମାନ୍ୟବର ଓଡ଼ିଶା ହାଇକୋର୍ଟ । ତେବେ ଏହି ତାରିଖ ଗତକାଲି ଅର୍ଥାତ ୨୫ ଜୁନକୁ ଧାର୍ଯ୍ୟ ହୋଇଥିଲା । ତେବେ ସିବିଆଇ ଓକିଲ ଅଦାଲତରେ ଅନୁପସ୍ଥିତ ରହିଥିବାରୁ ୨୬ ତାରିଖରେ ଧାର୍ଯ୍ୟ ହୋଇଥିଲା ଜାମିନ ଆବେଦନର ଶୁଣାଣି ତାରିଖ ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ରହୁନଥିବାରୁ ସେ ଏସ.ସି.ବି ମେଡ଼ିକାଲରେ ରହି ଚିକିତ୍ସିତ ହେଉଛନ୍ତି ।

ବିଧାୟକ ପ୍ରଭାତ ବିଶ୍ୱାଳ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହେବାପରେ ତାଙ୍କର ସ୍ୱାସ୍ଥ୍ୟର ଅବନତି କାରଣରୁ କଟକ ବଡ଼ମେଡ଼ିକାଲରେ ଏପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଉଛି ।

ଅଦାଲତ ମଧ୍ୟ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିସୋର ଠକେଇ ମାମଲାରେ ଗିରଫ କରିଥିଲା ।

ତେବେ ସିବିଆଇ ଓକିଲଙ୍କ ଅଦାଲତରେ ଅନୁପସ୍ଥିତା ଯୋଗୁଁ ଗତକାଲି ଏହି ଶୁଣାଣି କାର୍ଯ୍ୟ ହୋଇ ନପାରିବାରୁ ଆଜି ତାଙ୍କର ଶୁଣାଣି ହେବାକୁ ସ୍ଥିର ହୋଇଥିଲା ବୋଲି ଏକ ସୂତ୍ରରୁ ସୂଚନା ମିଳିିଛି ।

Leave A Reply

Your email address will not be published.