ବିହାର: ଭାରତରେ ଭକ୍ତମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ପ୍ରସନ୍ନ କରୁଥିବା ଦେଖାଯାଏ । କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି, ଯିଏ ପଦଯାତ୍ରା କରି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଏବଂ ୫୨,୦୦୦ ମନ୍ଦିର ପରିଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ନିଜ ଘରକୁ ଫେରିବା ପରେ ତାଙ୍କୁ ଫୁଲମାଳ ଓ ଚନ୍ଦନ ନେଇ ସ୍ୱାଗତ କରାଯାଇଛି ।
ପୁର୍ଣ୍ଣିଆର ସରସି ବୋହର ନିବାସୀ ଅବିନାଶ କୁମାର । ସେ ଭଗବାନଙ୍କୁ ବହୁତ ବିଶ୍ୱାସ କରନ୍ତି । ସେ ଜ୍ୟୋତିର୍ଲିଙ୍ଗ ଓ ଚାରି ଧାମରେ ଯିବା ପାଇଁ ନିଷ୍ପତ୍ତି ନେଲେ । ୨୦୨୨ ମସିହା ସେପ୍ଟେମ୍ବର ୮ ତାରିଖରେ ପଦଯାତ୍ରାରେ ଘରୁ ବାହାରିଥିଲେ । ସେ ଚାଲି ଚାଲି ୧୨ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ବାହାରିଥିଲେ । ହେଲେ ମାତ୍ର ୧୦ ମାସ ଭିତରେ ସେ ୧୨ ଜ୍ୟୋର୍ତିଲିଙ୍ଗ,୪ ଧାମ ସହ ୫୨ ହଜାର ମନ୍ଦିର ପରିଦର୍ଶନ କରିଛନ୍ତି । ଏଥିଲାଗି ତାଙ୍କୁ ୧୬ ହଜାର କିଲୋମିଟର ପାଦରେ ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ିଥିଲା । ନିକଟରେ ସେ ନିଜ ଘରକୁ ଫେରିଛନ୍ତି । ଏହା ଜାଣିବା ପରେ ତାଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ ।
ଅବିନାଶ କହିଛନ୍ତି ଯେ, ଦୀର୍ଘ ଦିନର ସ୍ୱପ୍ନ ମୋର ପୂରଣ ହୋଇଛି । ଜ୍ୟୋତିଲିଙ୍ଗ,ଚାରିଧାମ ସହ ୫୨୦୦୦ ମନ୍ଦିର ପରିଦର୍ଶନ କରିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ସମୟରେ ତାଙ୍କୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ସେ ତାକୁ ଗୁରୁତ୍ୱ ନ ଦେଇ ନିଜ ଲକ୍ଷ୍ୟରେ ଦୃଢ କରି ଆଗକୁ ବଢିଥିଲେ । ମହାଦେବଙ୍କୁ ଉତ୍ସର୍ଗ କରି ସେ ନିଜର ଲକ୍ଷ୍ୟ ପୂରଣ କରିଥିଲେ । ମୁଁ ଜଣେ ସନାତନ ଧର୍ମର ପ୍ରଚାରକ । ଏକ ଧର୍ମରେ ଏକାଠି ରହିବାକୁ ସମସ୍ତ ଧର୍ମକୁ ଏକ ବାର୍ତ୍ତା ମଧ୍ୟ ଦେଇଥିଲେ ।
Comments are closed.