Latest Odisha News

BREAKING NEWS

ପାଗଳ କଲା ଅନଲାଇନ ପ୍ରେମ; ୭୦ ବର୍ଷର ବୃଦ୍ଧଙ୍କୁ ଜୀବନସାଥୀ କଲେ ୨୮ ବର୍ଷର ଯୁବତୀ

ନୂଆଦିଲ୍ଲୀ: ପାଗଳ କରିଛି ଅନଲାଇନ ପ୍ରେମ ।  ପ୍ରଥମେ ଡେଟିଂ ସାଇଡରୁ ବନ୍ଧୁତା ଆଉ ତାପରେ ବିବାହ । କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧାବନ୍ଧନ । ସେ ଦେଖେନି ଜାତି, ଗୋତ୍ର ବା ବୟସ ବା ଦେଶର ପ୍ରତିବନ୍ଧକ । ସେଥିପାଇଁ ତ ୭୦ ବର୍ଷର ଜଣେ ବୃଦ୍ଧଙ୍କୁ ସେ ଦେଇ ବସିଥିଲେ ହୃଦୟ ।  ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆମେରିକାରେ ।

ଆମେରିକାର ଜ୍ୟାକି ଏବଂ ଡେଭିଡ୍  ।  ୨୮ ବର୍ଷ ର ଯୁବତୀ ଜୈକି  ୭୦ ବର୍ଷୀୟ ଡେଭିଡ୍ଙ୍କୁ ହୃଦୟ ଦେଇ ବସିଛନ୍ତି । ଖାଲି ହୃଦୟ ଦେଇନାହାନ୍ତି, ଜୀବନ ସାଥୀ ଭାବେ ଗ୍ରହଣ ବି କରି ନେଇଛନ୍ତି । ଉଭୟେ ପରସ୍ପରକୁ ବିବାହ କରିଛନ୍ତି ।   ଅବଶ୍ୟ ଏଥିପାଇଁ ଯୁବତୀ ଜଣଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । କିଛି ଲୋକ ପଇସା ଲୋଭରେ ଜ୍ୟାକି ଏଭଳି କରିଥିବା କହୁଥିବା ବେଳେ ଆଉ କିଛି ଲୋକ ଜ୍ୟେକିଙ୍କର ଆମେରିକାରେ ରହିବାର ଆବଶ୍ୟକତା ଥିବାରୁ ଏଭଳି କରିଥିବା କହିଛନ୍ତି ।

 

ତେବେ ଏହି ଦମ୍ପତ୍ତି  ଏସବୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ସେମାନଙ୍କ ପ୍ରେମ ସତ୍ୟ ଏବଂ ପବିତ୍ର । ଉଭୟ ନିଜ ଦାମ୍ପତ୍ୟ ଜୀବନରେ ବହୁ ଖୁସିରେ ଅଛନ୍ତି । ଜ୍ୟାକି ଟିକଟକ୍ ଆକାଉଣ୍ଟରେ  ନିଜ ଜୀବନର ଏହି ଅଭୁଲା ସମ୍ପର୍କକୁ  ସେୟାର କରିଛନ୍ତି । ଜୈକିଙ୍କ କହିବା ମୁତବକ,  ୧୦୧୬ ମସିହାରେ ଏକ ଡେଟିଂ ଆପ୍ ମାଧ୍ୟମରେ ପ୍ରଥେମ ସେମାନଙ୍କର ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଥିଲା ।   ସେମାନେ ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  ଏବଂ କାଲିଫର୍ନିଆକୁ ସ୍ଥାନାନ୍ତର ହୋଇଥିଲେ ।

ଡେବିଡ୍ ଉଭୟଙ୍କ  ପ୍ରେମ ସମ୍ପକର୍କୁ ନେଇ କହିଛନ୍ତି , ଯଦି  ଦୁଇଜଣ   ପବିତ୍ର ମନରେ ପରସ୍ପରକୁ ପ୍ରେମ କରୁଛନ୍ତି, ଏକାଠି ଜୀବନ ବିତାଇବାକୁ ଚାହୁଁଛନ୍ତି ସେଠି ବୟସ କେବଳ ଏକ ସଂଖ୍ୟା । ଏ ନେଇ ଲୋକେ ଆଲୋଚନା କରିବା ଉଚିତ ନୁହେଁ । ଆମେ ଦୁହେଁ ବହୁତ ଖୁସି ଅଛୁ । ସେହିପରି ଜ୍ୟାକି କହିଛନ୍ତି, ଡେବିଡ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି । ସେ ନିଜ ନିଷ୍ପତ୍ତିକୁ ନେଇ ଆଦୌ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି ଜ୍ୟାକି ।

ସୂଚନାଥାଉ କି, ଡେଭିଡ ଜଣେ ଅବସରପ୍ରାପ୍ତ କର୍ମଚାରୀ । ଅନ୍ୟପକ୍ଷେ ଜ୍ୟାକି ଜବ କରନ୍ତି ।

Leave A Reply

Your email address will not be published.