Latest Odisha News

BREAKING NEWS

ନିଆରା ବିବାହ; କନ୍ୟାକୁ ୩୬, ବରକୁ ୭୨

କୋଲକାତା: ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏକ ନିଆରା ବିବାହ ସମ୍ପର୍କରେ । ଯେଉଁଠାରେ କନ୍ୟାକୁ ୩୬ ବର୍ଷ ହୋଇଥିବା ବେଳେ ବରର ବୟସ ୭୨ ବର୍ଷ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

ସୂଚନା ଅନୁସାରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କଲିକତା ସହର ସ୍ଥିତ ଶ୍ରରାମପୁର ବଡ଼ବାଗାନ ଅଞ୍ଚଳରେ । ଏହି ବୃଦ୍ଧ ବର ଜଣଙ୍କ ପେଷାରେ ଜଣେ କଲେଜ ଆଧ୍ୟାପକ ଥିଲେ। ଯିଏକି ଅବସର ନେଇ ସାରିଛନ୍ତି।ଅନେକ ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଝିଅ ମଧ୍ୟ ବିଦେଶରେ ରହୁଛନ୍ତି । ଫଳରେ ସମରେନ୍ଦ୍ର ବର୍ତ୍ତମାନ ସମ୍ପୂର୍ଣ୍ଣ ଏକାକୀ ଜୀବନଯାପନ କରୁଛନ୍ତି । ଏହାରି ଭିତରେ ଆରମ୍ଭ ହୋଇଗଲା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପ୍ରକ୍ରିୟା । ତେବେ ଲକ୍‌ଡାଉନ୍‌ ଯନ୍ତ୍ରଣା ସହ ଏକାକୀ ଜୀବନରେ ଅତିଷ୍ଠ ହୋଇ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ବିବାହ ପାଇଁ ସେ, ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ପରେ ତାଙ୍କୁ ମିଳିଛି ଏହି ନୂଆ ଜୀବନ ସାଥୀ।ଏହି ବୃଦ୍ଧ ବରଙ୍କ ନାମ ହେଉଛି ସମରେନ୍ଦ୍ର ନାଥ ଘୋଷ(୭୨) । ସେ ବିଧାନଚନ୍ଦ୍ର କଲେଜରେ ବଙ୍ଗଳା ଭାଷାର ଅଧ୍ୟାପକ ଥିଲେ । ଦୀର୍ଘ ୨୨ ବର୍ଷର ଚାକିରି ପରେ ୨୦୦୮ରେ ଅବସର ନେଇଥିଲେ । ବର୍ତ୍ତମାନ ପୂର୍ବ ବର୍ଦ୍ଧମାନର ଏକ ଘରୋଇ କଲେଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ଏକା ଏକା ଜୀବନ ବଞ୍ଚିବାକୁ କଷ୍ଟ ହେଉଥିବା ବେଳେ ସେ ପୁଣି ଥରେ ବିବାହ ପାଇଁ ଚିନ୍ତା କଲେ ।ଏନେଇ ଖବରକାଗଜରେ ଏକ ବିଜ୍ଞାପନ ମଧ୍ୟ ଦେଲେ । ପରେ ଇଷିଡ଼ାର ୩୬ ବର୍ଷିୟ ଇରା ରାୟଙ୍କ ସହ ତାଙ୍କର ଯୋଗାଯୋଗ ହେଲା । ଇରାଙ୍କ ବାପାଙ୍କ ଅନେକ ବର୍ଷ ତଳେ ଦେହାନ୍ତ ହୋଇଯାଇଛି । ପ୍ରଥମେ ସେ ଏହି ବିବାହରେ ଅରାଜି ଥିଲେ । ପରେ ପରିବାର ଚାପରେ ସେ ବିବାହ ପାଇଁ ରାଜି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.