Latest Odisha News

BREAKING NEWS

ଦେଢ଼ ମାସ ତଳେ ହୋଇଥିଲେ ସୁସ୍ଥ; ପୁଣି ଆକ୍ରାନ୍ତ ହେଲେ ୨ କରୋନା ରୋଗୀ

ନୂଆଦିଲ୍ଲୀ: ଦେଢ଼ମାସ ତଳେ କରୋନା କବଳରୁ ସୁସ୍ଥ ହୋଇ ଫେରିଥିଲେ । ଏବେ ପୁଣି ଏହି ମହାମାରୀରେ ହୋଇଛନ୍ତି ଆକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ।

ମିଳିଥିବା ସୂଚନା ଅନୁସାରେ, ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ୨ ଜଣ ରୋଗୀ ଦେଢ଼ମାସ ତଳେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ପୁନଃ ଏହି ଦୁଇଜଣ ପଜିଟିଭ ହୋଇଥିବା ହସ୍ପିଟାଲକୁ ଫୋନ କରି ସୂଚନା ଦେଇଥିବା ଜଣାପଡିଛି । ତେବେ କୋଭିଡ କେୟାର ନୋଡାଲ ଅଫିସର ଡ଼ା. ଅଜିତ ଜୈନଙ୍କ କହିବା ଅନୁଯାୟୀ, ଏହି ଦୁଇ ଜଣ ପୁନର୍ବାର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପରି ବ୍ୟତିକ୍ରମ କାହିଁକି ଦେଖାଗଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ହୁଏତ ନମୁନା ତ୍ରୁଟି କାରଣରୁ ଏପରି ହୋଇଥାଇ ପରେ, ଏନେଇ ଏକ ଟିମ କାମ କରୁଥିବା ସେ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଭାଇରସ ନାକ କିମ୍ବା ଗଳା ସ୍ୱାବ ବ୍ୟତୀତ ଛେପ, ଖଙ୍କାର ଓ ଝାଳରେ ୩୯ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ । ତେବେ ଦ୍ଵିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହେବା ଚିନ୍ତାର ବିଷୟ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.