Latest Odisha News

BREAKING NEWS

ତୈଳ ଦର ବୃଦ୍ଧି ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କ ବେଶରେ ଶଗଡ଼ ଉପରେ ବସି ସହର ପରିକ୍ରମା

ଉମରକୋଟ: ତୈଳ ଦର ବେଲଗାମ । ପାଖାପାଖି ୯୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭିନବ ଉପାୟରେ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଶଗଡ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶରେ ସହର ପରିକ୍ରମା । ଜଣେ ଯୁବକ ନିଜକୁ ପ୍ରଧାନମନ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ କରି ଶଗଡ଼ ଉପରେ ବସି ତୈଳ ଦର ବୃଦ୍ଧିର ପ୍ରତିବାଦ କରୁଛନ୍ତି । ଏହି ଶୋଭଯାତ୍ରା ସହର ପରିକ୍ରମା କରୁଛି ।

Leave A Reply

Your email address will not be published.