Latest Odisha News

BREAKING NEWS

ଟ୍ରକ ଓଲଟି ପଡ଼ିବାରୁ ୧୫ ଶ୍ରମିକଙ୍କ ଅକାଳ ବିୟୋଗ

ମୁମ୍ୱାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓଲଟିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ଦୁଇ ଜଣ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଗତକାଲ ରାତିରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଟ୍ରକରେ ଯାଉଥିବା ସମସ୍ତ ଲୋକ ଶ୍ରମିକ ଶ୍ରେଣୀର । ଅମୃତଭଣ୍ଡା ବୋଝେଇ ଟ୍ରକରେ ଶ୍ରମିକମାନେ ବସି ଯାଉଥିଲେ ।

ଏତିକିବେଳେ ଜଲଗାଁଓ ଜିଲ୍ଲାର କିନଗାଁଓ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା । ସେତେବେଳକୁ ୧୫ ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କୁହାଯାଉଛି ଡ୍ରାଇଭର ଶୋଇ ପଡ଼ିବାରୁ ଗାଡ଼ିକୁ ଭାରସାମ୍ୟ ହରାଇ ଓଲଟିପଡ଼ିଲା ।

Leave A Reply

Your email address will not be published.